ଗୋଟିଏ ଶ୍ରେଣୀଗୃହରେ ଚାଲିଛି ପୂରା ସ୍କୁଲ । ୫ଟି ଶ୍ରେଣୀର ପିଲାଙ୍କୁ ଏକାଠି ବସାଇ ପଢାଇବାକୁ ବାଧ୍ୟ ହେଉଛନ୍ତି ଶିକ୍ଷକ

71

କନକ ବ୍ୟୁରୋ : ରାୟଗଡା ସଦର ବ୍ଳକ ପେଣ୍ଡିଲି ପ୍ରାଥମିକ ବିଦ୍ୟାଳୟର ଅବ୍ୟବସ୍ଥା । ଗୋଟିଏ ଶ୍ରେଣୀ ଗୃହରେ ଖୁନ୍ଦୁଖୁନ୍ଦି ହୋଇ ପାଠ ପଢ଼ୁଛନ୍ତି ପିଲା । ପ୍ରଥମରୁ ପଚଂମ ଶ୍ରେଣୀର ପ୍ରାୟ ୬୦ ଜଣ ଛାତ୍ରଛାତ୍ରୀ ବସିଛନ୍ତୁି । ଉପସ୍ଥାନ ଶତପ୍ରଶିତ ରହିଛି । କିନ୍ତୁ ଶ୍ରେଣୀଗୃହ ଅଭାବରୁ ପିଲାଙ୍କୁ ବାରଣ୍ଡାରେ ବସାଇ ପାଠ ପଢାଇବାକୁ ବାଧ୍ୟ ହୋଇଛନ୍ତି ଶିକ୍ଷକ ।..ଠିକ୍ ସେହିପରି ରାୟଗଡା ସହରର ବିଦ୍ୟୁତ୍ କଲୋନୀରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୃଶ୍ୟକୁ ଦେଖନ୍ତୁ । ୧୯୦ ଜଣ ପିଲାଙ୍କ ପାଇଁ ରହିଛି ମାତ୍ର ୪ଟି ଶ୍ରେଣୀଗୃହ ଓ ୪ଜଣ ଶିକ୍ଷକ । ଫଳରେ ବାଧାପ୍ରାପ୍ତ ହେଉଛି ପିଲାଙ୍କ ପାଠପଢ଼ା ।

ରାୟଗଡାରେ ପ୍ରାୟ ୧୮୧୪ଟି ସ୍କୁଲ ରହିଛି । ୨୦୯ଟି ସ୍କୁଲରେ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହରେ ଚାଲିଛି ଶିକ୍ଷାଦାନ । ଏଥିରୁ ଅନୁମାନ କରନ୍ତୁ ଏଠାରେ କେମିିତି ରହିଛି ଶିକ୍ଷା ବ୍ୟବସ୍ଥା । ତେବେ ସର୍ଭେ ଚାଲିଛି ଏବଂ କିଭଳି ଶ୍ରେଣୀ ଗୃହ ନିର୍ମାଣ ଓ ମରାମତି ହେବ ସେଥିପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି ରାୟଗଡା ମଣ୍ଡଳ ଶିକ୍ଷାଧିକାରୀ ।

ଆଦିବାସୀ ଅଂଚଳର ଅଧିକାଂଶ ପିଲା ସରକାରୀ ସ୍କୁଲ ଉପରେ ନିର୍ଭର କରୁଥିବାରୁ, ଭିତିଭୂମିର ଅଭାବ ସେମାନଙ୍କ ପାଇଁ ବାଧକ ସାଜିଛି । ତେଣୁ ସରକାର ଏଥିପାଇଁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।