ଜୁଲାଇ ୮ରୁ ଖୋଲିପାରେ ରତ୍ନଭଣ୍ଡାର । ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ

227

କନକ ବ୍ୟୁରୋ: ଜୁଲାଇ ୮ରୁ ଖୋଲିପାରେ ରତ୍ନଭଣ୍ଡାର । ଏହିଦିନଠୁ ଆରମ୍ଭ ହୋଇପାରେ ଗଣତି ଓ ମଣତି କାମ । ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି । ତାଙ୍କ ଗସ୍ତସୂଚୀରୁ ଏଭଳି ସଙ୍କେତ ମିଳିଛି । ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁଲାଇ ୫ ତାରିଖ ଅପରାହ୍ଣ ୨ଟା ପରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ । ବୈଠକରେ ନିଷ୍ପତି ନିଆଯିବା ପରେ ଜୁଲାଇ ୮ ତାରିଖରୁ ରତ୍ନୠଣ୍ଡାର ଖୋଲିବା ସହ ଗଣତିମଣିତ କାମ ଆରମ୍ଭ ହୋଇପାରେ । ଏଭଳି ୧୯ ଦିନ ଧରି ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର କାମ ଚାଲିବ ।