ବନ୍ୟା ବିପନ୍ନଙ୍କ ବଢ଼ୁଛି ଦୁର୍ଦ୍ଦଶା : ଖୋର୍ଦ୍ଧାର ହିରିମୂଳ ଗାଁର ଏବେବି ପାଣି ଘେରରେ ଅନେକ ଲୋକ

57

କନକ ବ୍ୟୁରୋ : ବନ୍ୟା ବିପନ୍ନଙ୍କ ଦୁର୍ଦଶା ବଢ଼ିବାରେ ଲାଗିଛି । ଖୋର୍ଦ୍ଧା ଜିଲ୍ଲାର ଓରବରସିଂ ପଞ୍ଚାୟତର ହିରିମୂଳ ଗାଁର ଲୋକ ପାଣି ଘେରରେ ରହି ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ରାଜୁଆ ନଦୀର ବନ୍ୟା ଯୋଗୁଁ ଦୀର୍ଘ ଦିନ ଧରି ଏହି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ଗାଁ ଦାଣ୍ଡରେ ଅଣ୍ଟାଏ ଉଚ୍ଚର ପାଣି । ଜରୁରୀ ଯାତାୟତ ପାଇଁ ଡ଼ଙ୍ଗା ଖଣ୍ଡେ ମିଳୁନଥିବାରୁ ଟିୟୁ ଭେଳାକୁ ସାହାର କରି ଯାତାୟାତ କରୁଛନ୍ତି ଲୋକେ ।