ଶିମିଳିପାଳରେ ବୁଲୁଛନ୍ତି ମାଳମାଳ ଶିକାରୀ । ଅଭୟାରଣ୍ୟ ନିକଟ ଗାଁରେ ପୁଲିସର ଚଢାଉ, ମାରଣାସ୍ତ୍ର ଜବତ

159

କନକ ବ୍ୟୁରୋ: ଲଗାତାର ଭାବେ ଶିମିଳିପାଳ କମ୍ବିଂ ଅପରେସନ ବେଳେ ପୋଲିସକୁ ବଡ଼ ସଫଳତା । ଆଜି ଅପରେସନ ବେଳେ ମୟୂରଭଞ୍ଜ ସ୍ପେଶାଲ ସ୍କ୍ୱାଡ ହାତରେ ଲାଗିଛି ୩ ବେଆଇନ୍ ଦେଶୀ ବନ୍ଧୁକ । ଘଟଣାରେ ୩ ଶିକାରୀ ଗିରଫ କରାଯାଇଛି । ଆଜି ଶିମିଳିପାଳ ସଂଲଗ୍ନ ବଡସାହି ଥାନା ନିକଟରେ ଥିବା ରେଂଟାସାହି, ଯଦୁନାଥପୁର, ଚନ୍ଦନଚତୁରୀ, ଚମ୍ପାଗଡ଼, ହାତୀକୋଟ ଅଞ୍ଚଳରେ ଚଢ଼ାଉ କରି ୩ଟି ବେଆଇନ ବନ୍ଧୁକ ଜବତ ହୋଇଛି । ଗିରଫ ହୋଇଥିବା ଶିକାରୀମାନେ ହେଲେ ମହେନ୍ଦ୍ର ସିଂ, ଶ୍ୟାମସୁନ୍ଦର ସିଂ ଓ ମଦନ ସିଂ ।

ଗିରଫ ସମସ୍ତ ଶିକାରୀ ହାତୀକୋଟ ଗାଁର ବୋଲି ସୂଚନା ରହିଛି । ଅନ୍ୟ ଏକ ସର୍ଚ୍ଚ ଅପରେସନରେ ଖୁଣ୍ଟା ଥାନା ବହଳଦା ଜଙ୍ଗଲରେ ଅଜଣା ଶିକାରୀ ଲୁଚାଇଥିବା ୫ଟି ଦେଶୀ ବନ୍ଧୁକ ଜବତ ହୋଇଛି । ୮ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ସାମ୍ବାଦିକ ସମ୍ମଳନୀରେ କହିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ।