ଯୋଗ କଲେ ପ୍ରଧାନମନ୍ତ୍ରୀ : କହିଲେ ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ

70

କନକ ବ୍ୟୁରୋ : ଆଜି ହେଉଛି ବିଶ୍ୱ ଯୋଗ ଦିବସ । କର୍ଣ୍ଣାଟକ ମହୀଶୂରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯୋଗ ଏବେ ଅନ୍ତର୍ଜାତୀୟ ପର୍ବରେ ପରିଣତ ହୋଇଛି । ଯୋଗ ଜୀବନର ଅଂଶ ନୁହେଁ ଏହା ଜୀବନ ଶୈଳୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏହା ସହ ମୋଦୀ କହିଛନ୍ତି ସୁଖ, ଶାନ୍ତି ଓ ସେଲିବ୍ରେଟ୍ କରିବାର ଦିନ । ଏହା ପରେ ଯୋଗ କରିଥିଲେ ପ୍ରଧାନମନ୍ତ୍ରୀ । କୋଭିଡ ସଂକ୍ରମଣ ଯୋଗୁ ଦୁଇ ବର୍ଷ ପରେ ଭାରତରେ ଧୁମଧାମରେ ଯୋଗ ଦିବସ ପାଳନ କରାଯାଉଛି । ମହୀଶୂରରେ ପାୟ ୧୫ ହଜାର ଲୋକ ଏକାଠୀ ଯୋଗ କରିଛନ୍ତି ।

ବିଶ୍ୱର କୋଣ ଅନୁକୋଣରେ ଆଜି ଯୋଗ ପହଞ୍ଚିଛି । ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ସମଗ୍ର ସମାଜ ପାଇଁ ଶାନ୍ତି ଆଣି ଦେଉଛି । ଯୋଗର ଆୟୋଜନ ଭାରତର ବିବିଧତାର ପ୍ରତୀକ । ପୂର୍ବରୁ ଘରେ ସୀମିତ ଥିଲା ଏବେ ବିଶ୍ୱରେ ପହଞ୍ଚିଛି । ନୀରୋଗ ଜୀବନ ପାଇଁ ବିଶ୍ୱାସ ଦେଉଛି ଯୋଗ । ଯୋଗକୁ ଅତିରିକ୍ତ କାମ ଭାବିବା ଅନୁଚିତ୍ । କୌଣସି ବ୍ୟକ୍ତି ନୁହେଁ ସମଗ୍ର ମାନବଜାତି ପାଇଁ ଜରୁରୀ । ଆମ ସମସ୍ତଙ୍କ ଭିତରେ ଏହା ସଚେତନତା ସୃଷ୍ଟି କରେ ।