ପୁଟିନଙ୍କୁ ଚିଠି ଲେଖିଲେ ପ୍ରସିଦ୍ଧ ଫୁଟବଲ ଖେଳାଳୀ ପେଲେ, ଜାଣନ୍ତୁ ଚିଠିରେ କଣ ଲେଖିଛନ୍ତି ପେଲେ

238

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ୩ ମାସ ପୁରିବାକୁ ବସିଲାଣି । ହେଲେ ନା ୟୁକ୍ରେନ ତା ଜିଦ୍ଦିରୁ ଓହୁରୁଛି ନା ଋଷ । ଏହା ଫଳରେ ଉଭୟ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଏହାସହ ୟୁକ୍ରେନରେ ଋଷ ଯେଭଳି ଦମନଲୀଳା ଚଳାଇଛି ତାହା ଏବେ ଅନେକ ଲୋକଙ୍କୁ ମର୍ମାହତ କରିଛି । ଏହି କ୍ରମରେ ବ୍ରାଜିଲର ପ୍ରସିଦ୍ଧ ଫୁଟବଲ ଖେଳାଳୀ ପେଲେ ଏବେ ପୁଟିନଙ୍କୁ ଏକ ଚିଠି ଲେଖିଛନ୍ତି ।

ମେଡିକାଲରେ କର୍କଟ ରୋଗ ସହ ଲଢୁଥିବା ୮୧ ବର୍ଷିୟ ପେଲେ ପୁଟିନଙ୍କୁ ଯୁଦ୍ଧ ବନ୍ଦ କରିବା ନେଇ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି । ତାଙ୍କ ଚିଠି ସେତେବେଳେ ଚର୍ଚ୍ଚାକୁ ଆସିଛି ଯେତେବେଳେ ୟୁକ୍ରେନ ଫୁଟବଲ ଟିମ୍ ବିଶ୍ୱକପ୍ କ୍ୱାଲିଫାଇଙ୍ଗ ମ୍ୟାଚରେ ସ୍କଟଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି । ପେଲେ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି କି ୟୁକ୍ରେନବାସୀ ମାନେ ସର୍ବନିମ୍ନ ୯୦ ମିନିଟ ପାଇଁ ଦେଶର ବର୍ତ୍ତମାନ ପରିସ୍ଥିତିକୁ ଭୁଲିଯାଇଥିଲେ । ଏନେଇ ପେଲେ ଲେଖିଛନ୍ତି କି ହଜାର ହଜାର ଲୋକଙ୍କ ଜୀବନ ବାଜିରେ ଲାଗିଥିବା ବେଳେ ୟୁକ୍ରେନ ଖେଳାଳୀମାନେ ଯେଭଳି ଶୃଙ୍ଖଳିତ ପ୍ରଦର୍ଶନ କରି ବିଶ୍ୱକପରେ ସ୍ଥାନ ପକ୍କା କଲେ ତାହା ଅନ୍ୟଦେଶମାନେ ଶିଖିବା ଆବଶ୍ୟକ । ଏହାସହ ସେ ପୁଟିନକୁ ଯୁଦ୍ଧ ବନ୍ଦ କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।

ପେଲେ ପୁଟିନଙ୍କ ଉର୍ଦ୍ଦେଶ୍ୟରେ ଲେଖିଛନ୍ତି କି ଯେତେବେଳେ ଆମେ ପୂର୍ବଥର ଭେଟିଥିଲେ ଉଭୟ ଉଭୟଙ୍କ ସହ ହାତ ମିଳାଇଥିଲେ । ହେଲେ ମୁଁ ଆଶା କରି ନଥିଲି କି ଏଭଳି ଭାବେ ଆମ ଭିତରେ ମତଭେଦ ଦେଖାଦେବ । ସଂଯୁକ୍ତ ରାଷ୍ଟ୍ରର ମାନବାଧିକାର ଉପାୟୁକ୍ତଙ୍କ ମୁତାବକ ୟୁକ୍ରେନରେ ଜାରି ରହିଥିବା ଯୁଦ୍ଧରେ ପାଖାପାଖି ୪ ହଜାର ସାଧାରଣ ନାଗରିକ ପ୍ରାଣ ହରାଇ ସାରିଲେଣି । ଏବେ ଋଷ ସେନା ପକ୍ଷରୁ ୟୁକ୍ରେନର ଦକ୍ଷୀଣ ଓ ପୂର୍ବାଞ୍ଚଳ ଉପରେ ଜୋରଦାର ଆକ୍ରମଣ ଜାରି ରହିଛି ।