ଚକିତ କଲେ ଓୱେସୀ । ବିଜେପିକୁ ହରାଇବାକୁ ଶିବସେନା ନେତୃତ୍ୱାଧିନ ଏମଭିଏକୁ ଭୋଟ ଦେବାକୁ କଲେ ଘୋଷଣା

284

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଧର୍ମକୁ ନେଇ ବିଜେପି ଓ ଏଆଇଏମଆଇଏମ୍ ମୁହାଁମୁହିଁ ହୋଇଛନ୍ତି । ଏପରି ସ୍ଥିତିରେ ବିଜେପିକୁ ବିଭିନ୍ନ ଉପାୟରେ ଟାର୍ଗେଟ କରୁଛନ୍ତି ଏହାର ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ମହାରାଷ୍ଟ୍ରରେ ରାଜ୍ୟସଭା ଭୋଟ ହେବାକୁ ଥିବାବେଳେ ବିଜେପିକୁ କିପରି ପଛରେ ପକାଇବ ସେଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ଓୱେସୀ ।

ରାଜ୍ୟ ବିଧାନସଭାରେ ଆଜି ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ ଶିବସେନା ନେତୃତ୍ୱାଧିନ ମହାବିକାଶ ଅଘାଡିର ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଘୋଷଣା କରିଛନ୍ତି ଓୱେସୀ । ଏଆଇଏମଆଇଏମ୍ ସାଂସଦ ଇମତିଆଜ୍ ଜଲିଲ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ।