୧୫୦ ଶିକାରୀଙ୍କୁ ଅଟକାଇଲା ଚିତ୍ରକୋଣ୍ଡା ପୋଲିସ : ନୀରିହ ଜୀବଜନ୍ତୁଙ୍କୁ ଶିକାର ନକରିବା ପାଇଁ କରାଇଲେ ଶପଥ ପାଠ

173

କନକ ବ୍ୟୁରୋ : ଆଦିବାସୀଙ୍କୁ ଜଙ୍ଗଲରେ ଜନ୍ତୁ ଶିକାର ନ କରିବା ପାଇଁ ଶପଥ ପାଠ କରାଇଲେ ଚିତ୍ରକୋଣ୍ଡା ଏସଡିପିଓ । ମାଲକାନଗିରି ଜିଲ୍ଲା ଗୋମ୍ଫାକୋଣ୍ଡା ଓ କାଲିମେଳା ଅଞ୍ଚଳରୁ ୨ଟି ଟ୍ରକରେ ୧୫୦ରୁ ଅଧିକ ଶିକାରୀ ଜଙ୍ଗଲକୁ ଶିକାର ପାଇଁ ଯାଉଥିବା ବେଳେ ସେମାନଙ୍କୁ ଅଟକାଇଥିଲା ଚିତ୍ରକୋଣ୍ଡା ପୋଲିସ ।

ସେମାନଙ୍କ ନିକଟରୁ ବିଭିନ୍ନ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଶିକାର କାମ ଛାଡିବା ନେଇ ଶପଥ କରାଇଛି ପୋଲିସ । ସମସ୍ତ ଶିକାରୀ ମଧ୍ୟ ଜଙ୍ଗଲରେ ଆଉ ବେଆଇନ ଭାବେ ନିରୀହ ପଶୁଙ୍କ ଶିକାର କରିବେ ନାହିଁ ବୋଲି ପୋଲିସ ନିକଟରେ ଶପଥ କରିଛନ୍ତି । ଚିତ୍ରକୋଣ୍ଡା ପୋଲିସର ଏଭଳି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଂଶସା କରାଯାଇଥିଲା ।