ଆଜି ନୂଆଁଖାଇ : ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓ କେନ୍ଦ୍ରମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା

190

କନକ ବ୍ୟୁରୋ : ଆଜି ନୂଆଁଖାଇ । ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡ଼ିଶ।। । ଚଳଚଞ୍ଚଳ ହୋଇଛି ଗାଁଠୁ ସହର । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଓଡ଼ିଶାର ଭାଇଭଉଣୀମାନଙ୍କୁ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ନୂଆଁଖାଇ ଜୁହାର ଜଣାଇଛନ୍ତି । କଠିନ ପରିଶ୍ରମ କରି ଦେଶବାସୀଙ୍କୁ ଖାଦ୍ୟ ଯୋଗାଉଥିବା ଚାଷୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ସମାଜ ପ୍ରଗତିର ନୂଆ ଉଚ୍ଚତାରେ ପହଞ୍ଚୁ । ନୁଆଁଖାଇରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ନୂଆଁଖାଇରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ସମସ୍ତ ଭାଇ ଭଉଣୀ ତଥା ପଶ୍ଚିମଓଡ଼ିଶାର ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି । ସ୍ନେହ , ଶ୍ରଦ୍ଧା ଓ ସୌହାର୍ଦ୍ଦ୍ୟର ଅନନ୍ୟ ପର୍ବ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ଆନ୍ତରିକ କାମନା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସେହିପରି ନୂଆଁଖାଇ ଅବସରରେ ମାଆ ସମଲେଶ୍ୱରୀ , ପାଟଣେଶ୍ୱରୀ , ସୁରେଶ୍ୱରୀ ଓ ମାଆ ରାମଚଣ୍ଡୀଙ୍କୁ ପ୍ରଣାମ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଁଖାଇ ଆମ ସସ୍କୃତିର ପରିଚୟ । ଏହି ଅବସରରେ ସମସ୍ତ ଓଡ଼ିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମାଆ ମାଟିକୁ ଜୁହାର କରିବା ସହିତ ସମସ୍ତ ଗୁରୁଜନ ମାନଙ୍କୁ ନୂଆଁଖାଇ ଜୁହାର କରିଛନ୍ତି । ଏହି ଦିନରେ ପରିବାରରେ ସୁଖ,ଶାନ୍ତି ଓ ସମୃଦ୍ଧି ଆଣିବାର କାମନା କରିଛନ୍ତି ଧର୍ମେନ୍ଦ୍ର ।