ମମତାଙ୍କ ମୁଁହରେ ଆରଏସଏସର ପ୍ରଶଂସା : ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

121

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଁହରେ ଆରଏସଏସର ପ୍ରଶଂସା । ମମତାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁଥିରେ ମମତା କହୁଛନ୍ତି ଆରଏସଏସ ଏତେ ବି ଖରାପ ନୁହେଁ । କିଛି ଲୋକ ଏବେ ବି ସଂଘରେ ଅଛନ୍ତି ଯେଉଁମାନେ ବିଜେପି ପରି ଭାବନ୍ତି ନାହିଁ ।

ଅନ୍ୟପଟେ ଏହି ଅବସରରେ ମମତା ବିଜେପି ଉପରେ ବର୍ଷିଛନ୍ତି । ଟିଏମସିର ଇମେଜ ଖରାପ କରିବା ପାଇଁ ଚେଷ୍ଠା ହେଉଥିବା ନେଇ ମଧ୍ୟ ସେ ଆରୋପ ଆଣିଛନ୍ତି । ଏମିତି କରୁଥିବା ଲୋକଙ୍କୁ ଛଡାଯିବନାହିଁ ବୋଲି ମଧ୍ୟ ମମତା କହିଛନ୍ତି ।