କେନ୍ଦୁଝରର ନୂଆ ରାଜା : ରାଜ ସିଂହାସନ ଆରୋହଣ କଲେ ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜ

826

କନକ ବ୍ୟୁରୋ : କେନ୍ଦୁଝର ରାଜବଂଶର ୪୯ତମ ରାଜା ଭାବେ ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜ ବିଧିବଦ୍ଧ ଭାବେ ରାଜ ସିଂହାସନ ଆରୋହଣ କରିଛନ୍ତି । ବିଧି ମୁତାବକ ଆଜିଠାରୁ ଯୁବରାଜ ଧନଞ୍ଜୟ ବଳଦେବଜିଉ ମନ୍ଦିରର ପୂଜା ସଂକଳ୍ପ କାର୍ଯ୍ୟ ତୁଲାଇବାକୁ ସ୍ଥିର ହୋଇଛି । କେନ୍ଦୁଝର ରାଜବଂଶର ୪୮ତମ ଗଡଜାତ ରାଜା ଅନନ୍ତ ନାରାୟଣ ଭଞ୍ଜଙ୍କ ମୃତୁା ଗତ ୧ ତାରିଖରେ ହୋଇଥିଲା ।

ସେହିଦିନ ହିଁ ୪୯ତମ ରାଜା ଭାବେ ଅନନ୍ତ ନାରାୟଣଙ୍କ ଜ୍ୟେଷ୍ଠ ପୁତ୍ର ଯୁବରାଜ ଧନଞ୍ଜୟ ନାରାୟଣ ଭଞ୍ଜଙ୍କୁ କାମଚଳା ଅଭିଷେଖ ଜରିଆରେ ରାଜା କରାଯାଇଥିଲା । ରାଜା ପରମ୍ପରା ମୁତାବକ, ଜଣେ ଉତରାଧିକାରୀଙ୍କୁ ଅଭିଷେକ କରି ରାଜ ଗାଦିରେ ନ ବସାଇଲେ ରାଜାଙ୍କ ଅନ୍ତିମ ସଂସ୍କାର ହୋଇପାରିବ ନାହିଁ । ତେଣୁ ଅନନ୍ତ ନାରାୟଣଙ୍କ ଦେହାନ୍ତ ପରେ ଜ୍ୟେଷ୍ଠ ପୁତ୍ର ଧନଞ୍ଜୟ ନାରାୟଣ ଭଞ୍ଜଙ୍କୁ କାମଚଳା ରାଜା ଭାବେ ଅଭିଷିକ୍ତ କରାଯାଇଥିଲା ।