ଲଡୁବାବାଙ୍କ ପୀଠରେ ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ବୁଡିଗଲା ଚାପ ଡଙ୍ଗା

139

କନକ ବ୍ୟୁରୋ : ନୟାଗଡ଼ ଶରଣକୂଳ ଲଡୁବାବାଙ୍କ ପୀଠରେ ଅଘଟଣ । ଠାକୁରଙ୍କ ଚାପ ଖେଳ ବେଳେ ବୁଡିଗଲା ଚାପ ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୨୭ ଭକ୍ତ ଓ ସେବାୟତ । ଚନ୍ଦନଯାତ୍ରା ପାଇଁ ଲଡୁବାବାଙ୍କ ଚନ୍ଦନ ପୋଖରୀରେ ଗତ ୨୧ ଦିନ ହେଲା ଠାକୁରଙ୍କ ଚାପ ଖେଳ ହୋଇ ଆସୁଥିଲା ।

ଗତକାଲି ଭଉଁରୀ ଯାତ୍ରା ପାଇଁ ଡଙ୍ଗାକୁ ଆକର୍ଷଣୀୟ ଭାବେ ସଜାଯାଇ ଚାପ ଖେଳ କରାଯାଉଥିଲା । ଡଙ୍ଗାରେ ପ୍ରଭୁଙ୍କ ପ୍ରତିମାଙ୍କ ସହ ପ୍ରାୟ ୨୭ ଜଣ ରହିଥିଲେ । ଏମାନଙ୍କ ମଧ୍ୟରେ କିଛି ଶିଶୁ ମଧ୍ୟ ଥିଲେ । କୂଳଠାରୁ ମାତ୍ର କିଛି ଦୂରରେ ଡଙ୍ଗାଟି ଓଲଟି ପଡ଼ିଥିଲା । ସେଠାରେ ଉପସ୍ଥିତ ଥିବା କିଛି ଲୋକ ପୋଖରୀ ଭିତରକୁ ଡେଇଁ ସମସ୍ତଙ୍କୁ ଉଦ୍ଧାର କରିଥିଲେ ।