ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପକାଇବାକୁ ମନ୍ତ୍ରୀଙ୍କ କଡା ନିର୍ଦ୍ଦେଶ । ପୁରୀ ଯାଇ ବିଭିନ୍ନ ସ୍ଥାନରେ ଡ୍ରେନର ସମୀକ୍ଷା କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

116

କନକ ବ୍ୟୁରୋ: ତୁରନ୍ତ ମୁକୁଳା ଡ୍ରେନ୍ ଉପରେ ସ୍ଲାପ ପକାଇବାକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ। ଅଳିଆ ଆବର୍ଜନା ପଡ଼ିଥିବା ସ୍ଥାନରେ ସଫେଇ କାର୍ଯ୍ୟ ତ୍ଵରାନିତ ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଗତକାଲି ପୁରୀ ଯାଇ ବିଭିନ୍ନ ସ୍ଥାନରେ ଡ୍ରେନ ଗୁଡ଼ିକର ସମୀକ୍ଷା କରିଛନ୍ତି ମନ୍ତ୍ରୀ। ଏହା ସହ ମୁକୁଳା ଡ୍ରେନରେ ତୁରନ୍ତ ସ୍ଲାପ କିପରି ପଡ଼ିବ ତାକୁ ନେଇ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ବିଭିନ୍ନ ସ୍ଥାନ ବୁଲି ଦେଖିବା ସହ ଯେଉଁ ଜାଗାରେ ଅଳିଆ ପଡ଼ିରହୁଛି ସେଠାରେ ସଫେଇ କାର୍ଯ୍ୟ ତ୍ଵରାନିତ ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ଭୁବନେଶ୍ୱରର ଯେଉଁ ସବୁ ଜାଗାରେ ଡ୍ରେନ ମୁକୁଳା ରହିଛି ତା କାମ କରିବା ସହ ସଫେଇ କାର୍ଯ୍ୟ ତ୍ଵରାନିତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।