ସ୍ୱର୍ଣ୍ଣ ମନ୍ଦିର ନିକଟରେ ତମାଖୁ ଖାଉଥିଲେ ବୋଲି.. ଯୁବକକୁ ନିର୍ମମ ହତ୍ୟା ।

219

କନକ ବ୍ୟୁରୋ: ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ତମାଖୁ ଖାଉଥିଲେ ବୋଲି ଶିଖ୍ ନିହଙ୍ଗମାନେ ଯୁବକଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାତିସାରା ମୃତଦେହ ପଡି ରହିବା ପରେ ସକାଳେ ଆସି ପୋଲିସ ଶବ ଜବତ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛି ।

ଯୁବକ ସ୍ୱର୍ଣ୍ଣ ମନ୍ଦିର ନିକଟରେ ତମ୍ବାଖୁ ସେବନ କରୁଥିଲେ ବୋଲି ଦୁଇ ଶିଖ୍ ନିହଙ୍ଗ ତାଙ୍କୁ ହତ୍ୟା କରିଥିବା ଜଣାପଡିଛି । ଏହି ହତ୍ୟା ଘଟଣା ହରମନ୍ଦିର ସାହିବ ନିକଟ ବାଜାର କ୍ଷେତ୍ରରେ ହୋଇଛି ।ଏସବୁ ଘଟଣା ସିସିଟିଭିରେ କଏଦ ହୋଇଛି ।

ସୂଚନା ମୁତାବକ, ମୃତ ଯୁବକଙ୍କ ପରିବାର ଲୋକଙ୍କ କହିବା ମୁତାବକ, ଯୁବକ ରାସ୍ତାରେ ଯାଉଥିବା ବେଳେ ସିହଙ୍ଗ ଶିଖ୍ ତାଙ୍କ ଉପରେ ଖଣ୍ଡାରେ ଆକ୍ରମଣ କରିଥିଲେ । ଅନ୍ୟପଟେ ପୋଲିସର କହିବା ଅନୁସାରେ ଯୁବକ ପ୍ରଥମେ ମଦ୍ୟପାନ କରିବା ପରେ ସେଠାରେ ତମାଖୁ ସେବନ କରିଥିଲା । ନିହଙ୍ଗମାନେ ତାଙ୍କୁ ଏପରି କରିବାକୁ ବାରଣ କରିବାରୁ ସେ କଥା ନମାନି ତମାଖୁ ନେଇଥିଲେ । ଫଳରେ ଉତ୍ୟକ୍ତ ନିହଙ୍ଗ ତାଙ୍କୁ ଆକ୍ରମଣ କରିଥିଲେ ।