ପ୍ରାଣ ନେଉଛି ପରକୀୟା ପ୍ରୀତି : ୪୨ ମାସରେ ଆତ୍ମହତ୍ୟା କଲେଣି ୯୪ ଜଣ; ଉଠିଲା ପ୍ରଶ୍ନ କାହିଁକି ବଢ଼ୁଛି ପରକୀୟା ପ୍ରୀତି ? 

969

କନକ ବ୍ୟୁରୋ : ପାଶ୍ଚାତ୍ୟ ସଭ୍ୟତା ଅନୁକରଣରେ ପରକୀୟା ପ୍ରୀତି ଏବେ ଓଡ଼ିଶାର ଗାଁ ଗହଳିରେ ପହଞ୍ଚିଛି । ଏଥିପାଇଁ କାହାର ସଂସାର ଉଜୁଡ଼ିଛି ତ’ କାହାର ଜୀବନ ଯାଉଛି । ରିପୋର୍ଟ କହୁଛି ଗତ ୪୨ ମାସ ମଧ୍ୟରେ ପରକୀୟା ପ୍ରୀତି ପାଇଁ ୯୪ ଜଣ ଆତ୍ମହତ୍ୟା କରିଛନ୍ତି ।

ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ ବେଶୀ ଜୀବନ ହାରୁଛନ୍ତି । ପରକୀୟା ପ୍ରୀତିକୁ ଯେବେଠୁ ସୁପ୍ରିମକୋର୍ଟ ଆଇନଗତ ସମ୍ମତି ଦେଇଛି ସେବେଠୁ ଏହା ମହାମାରୀ ଭଳି ବ୍ୟାପି ଚାଲିଛି । କର୍ମମୟ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ସମୟ ଦେଉନାହାନ୍ତି । ପାଶ୍ଚାତ୍ୟ ସଭ୍ୟତା ଟ୍ରେଣ୍ଡ ପାଲଟିଗଲାଣି । ଯାହାକି ଏହି ପରକୀୟା ପ୍ରୀତିର ମୁଖ୍ୟ କାରଣ ।

ପରକୀୟା ପ୍ରୀତି କାହିଁକି ?

– ମହାମାରୀ ପରି ବ୍ୟାପୀ ଚାଲିଛି ପରକୀୟା ପ୍ରୀତି
– ସ୍ୱାମୀ, ସ୍ତ୍ରୀ ମଧ୍ୟରେ ଅନ୍ୟ ଜଣଙ୍କର ପ୍ରବେଶ ସୃଷ୍ଟି କରୁଛି ସନ୍ଦେହ
– ବ୍ୟସ୍ତବହୁଳ କର୍ମମୟ ଜୀବନ ପାଇଁ ସମ୍ପର୍କରେ ବଢୁଛି ଦୂରତା
– ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟରେ ବୁଝାମଣା ଅଭାବ କି ପରକୀୟା ପ୍ରୀତିର କାରଣ
– ଜଣେ ଅନ୍ୟ ଜଣଙ୍କୁ ଠିକ୍ ଭାବେ ନବୁଝିଲେ ଦୂରତା ବଢିଥାଏ
– ନିଜ ପାର୍ଟନର ଠାରୁ ଭଲ ପାଇବା ନମିଳିଲେ ଅନ୍ୟ ପ୍ରତି ବଢେ ଆକର୍ଷଣ
– ଇଚ୍ଛା ବିରୋଧରେ ବିବାହ ବି ସୃଷ୍ଟି କରେ ପରକୀୟା ପ୍ରୀତି