ଚୂନ ମାଟି ଖନନ : ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଚାଲିଥିବା ଗଣ୍ଡଗୋଳରେ ଲାଗିଲା ବ୍ରେକ୍; ଆଉ ଗିରଫ ନକରିବାକୁ ପୋଲିସର ପ୍ରତିଶ୍ରୁତି

61

କନକ ବ୍ୟୁରୋ : ଜୟପୁରରେ ଚୂନ ମାଟି ଖନନକୁ ନେଇ ପୋଲିସ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଚାଲିଥିବା ଗଣ୍ଡଗୋଳରେ ଲାଗିଲା ବ୍ରେକ୍ । ଜିଲ୍ଲା ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟ ଏହାକୁ ନେଇ ବୈଠକ କରାଯିବ । ବୈଠକ ବସିବା ପର୍ଯ୍ୟନ୍ତ ପୋଲିସ କୋଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ।

୧୦ ଖଣ୍ଡ ଗ୍ରାମବାସୀଙ୍କ ସହ ଆପୋଷ ବୁଝାମଣା ପରେ ମାଟି ଖନନ ହେବ ନାଁ ନାହିଁ ନିଷ୍ପତ୍ତି ନିଆଯିବ । କୋରାପୁଟ ବିଧାୟକ ରଘୁରାମ ପୋଡ଼ାଲଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଛି । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଗ୍ରାମବାସୀ ଅଟକ ରଖିଥିବା ଜେସିବି, ଟ୍ରକ୍ ଛାଡ଼ିଛନ୍ତି ।