ବାଲିଗୁଡ଼ାରେ ଭୂସ୍ଖଳନ : ଘାଟିର ୩ଟି ସ୍ଥାନରେ ଧସିଛି ପାର୍ଶ୍ୱ କାନ୍ଥ; ଗାଡ଼ି ମଟର ଯାତାୟତ ବନ୍ଦ

221

କନକ ବ୍ୟୁରୋ : ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି । ଭୂସ୍ଖଳନ ଯୋଗୁ ଧସିଲା ମାଟି । କନ୍ଧମାଳ ରାଇକିଆ ବ୍ଲକ କରଡ଼ା ଘାଟି ମାଲାଗୁଡ଼ା ନିକଟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଘାଟିର ତିନୋଟି ସ୍ଥାନରେ ପାର୍ଶ୍ୱ କାନ୍ଥ ଧସି ଯାଇଛି । ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁ ଘାଟିର ବିଭିନ୍ନ ସ୍ଥାନ ଧୋଇଯାଇଥିଲା । ରାଇକିଆର ୪ଟି ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ରଣବା . ବଡ଼ବାରବା ପଞ୍ଚାୟତର ପ୍ରାୟ ୧୦ହଜାର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତିା ତେବେ ଗଞ୍ଜାମ ସୋରଡାକୁ ମଧ୍ୟ ଏହି ରାସ୍ତା ସଂଯୋଗ କରୁଛି । ଏବେ ଭୂସ୍ଖଳନ ଘଟିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେବେ ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।