ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଏକାଠି ହେଲେ ସାମ୍ବାଦିକ । ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡିବା ଘଟଣାରେ ତଦନ୍ତି କରିବାକୁ ଦାବି ।

103

କନକ ବ୍ୟୁରୋ: ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ଭୁବନେଶ୍ୱର ଜୟଦେବ ଭବନ ପାଖରେ ଏକାଠି ହେଲେ ସାମ୍ବାଦିକ । ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକାଙ୍କ ପାଖକୁ କୁକୁର ଛାଡିବା ଘଟଣାରେ ତଦନ୍ତ ଦାବି କଲେ ବରିଷ୍ଠ ସାମ୍ବାଦିକ । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ କ୍ୱାର୍ଟର ଭଙ୍ଗା ଖବର ସଂଗ୍ରହ ବେଳେ ସାମ୍ବାଦିକା ଜଣକ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ କ୍ୱାର୍ଟର ଦେଇ ଖବର ସଂଗ୍ରହ କଲାବେଳେ ଏହାକୁ ବିରୋଧ କରିଥିଲେ ରଘୁନନ୍ଦନ ଦାସ । ଆଗକୁ ବଢିଲେ କୁକୁର ଛାଡିଦେବେ ବୋଲି ରଘୁନନ୍ଦନ ଦାସ କହିବା ସହ କୁକୁର ଛାଡି ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ଏହାକୁ ବିରୋଧ କରିବା ସହ ରଘୁନନ୍ଦନ ଦାସଙ୍କୁ ଗିରଫ କରିବାକୁ ଦାବି ଉଠିଛି ।