କାଠ ଚୋରି ଅଭିଯୋଗ । ଜେଲ ଗଲେ ତୁରେଇକେଲା ଷ୍ଟେସନ ମାଷ୍ଟର

109

କନକ ବ୍ୟୁରୋ : ରେଳବାଇ କ୍ୱାର୍ଟର୍ସରୁ ମୁଲ୍ୟବାନ କାଠ ମିଳିବା ଘଟଣାରେ ତୁରେକେଲା ଷ୍ଟେସନ ମାଷ୍ଟର ଗିରଫ । ବେଆଇନ ଭାବେ ସରକାରୀ କ୍ୱାର୍ଟର୍ସରେ କାଠ କାମ କରାଯାଉଥିବା ଅଭିଯୋଗ ହୋଇଛି । ଚଳିତ ମାସ ୧୩ ତାରିଖରେ କୌଣସି ସୁତ୍ରରୁ ଖବର ପାଇ କ୍ୱାର୍ଟର୍ସ ପଛପଟୁ ୧୭ଟି ସାଗୁଆନ କାଠ ଗଣ୍ଡି, ୪ଖଣ୍ଡ ସାଇଜ କାଠ ଜବତ କରିଥିଲା କଣ୍ଚାବାଞ୍ଝି ବନ ବିଭାଗ ।

ଏହି ଘଟଣାରେ ଦୁଇ ଜଣ କାଠ ମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଷ୍ଟେସନ ମାଷ୍ଟର ଧର୍ମେନ୍ଦ୍ର କାଶ୍ୟପଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଅନେକ ଦିନରୁ ଷ୍ଟେସନ ମାଷ୍ଟର ବେଆଇନ ଭାବେ କାଠ କାମ କରୁଥିବା ବନ ବିଭାଗ ସନ୍ଦେହ କରି ଚଢଉ କରିଥିବା ସୂଚନା ମିଳିଛି ।