ଆଇଏସଆଇଏସ ମୁଖ୍ୟ ଅବୁ-ହସନ୍ ଗିରଫ୍ । ଇସ୍ତାନବୁଲ ଗଣମାଧ୍ୟମର ସୂଚନା

151

କନକ ବ୍ୟୁରୋ: ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସର ମୁଖ୍ୟ ଅବୁ ଅଲ୍-ହସନ୍ ଅଲ୍ କ୍ୟୁରେସୀକୁ ଇସ୍ତାନବୁଲରେ ଗିରଫ କରାଯାଇଛି । ଇସ୍ତାନବୁଲ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି । ଇସ୍ତାନବୁଲ ଅଧିକାରୀ ଅବୁ-ଅଲ୍ ହସନକୁ ଗିରଫ କରିଥିବା ତୁର୍କୀ ନ୍ୟୁଜ୍ ୱେବସାଇଟ୍ ଓଡା ଟିଭି ପକ୍ଷରୁ କୁହାଯାଇଛି । ହସନଙ୍କ ଗିରଫଦାରୀ ପରେ ଇସ୍ତାନବୁଲ ରାଷ୍ଟ୍ରପତି ରେସେପ୍ ତଇପ୍ ଏର୍ଦ୍ରୋଆନ ଖବୁ ଶୀଘ୍ର ଐପଚାରିକ ଘୋଷଣା କରିପାରନ୍ତି ।

ଅବୁଲ-ଅଲ୍ ହସନ୍ ଗୋଟିଏ ଘରେ ଲୁଚିଥିବା ସୂଚନା ମିଳିବା ପରେ ଇସ୍ତାନବୁଲ ପୋଲିସ ସେହି ଘରକୁ ଘେରିଯାଇଥିଲା । ଏହା ପରେ ପୁରା ଯୋଜନାର ସହ ତାକୁ ଗିରଫ କରାଯାଇଥିଲା । ତେବେ ଗିରଫ ସମୟରେ କୌଣସି ଗୁଳି ବିନିମିୟ ହୋଇନଥିଲା ।

କହିରଖୁଁ, ଫେବୃଆରୀରେ ସିରିଆରେ ଏକ ଆମେରିକୀୟ ଅପରେସନରେ ଆଇଏସଆଇଏସର ପୂର୍ବତନ ମୁଖ୍ୟର ମୃତ୍ୟୁ ପରେ ଅବୁ ଅଲ ଅହନ୍ ଏହି ସଙ୍ଗଠନର ମୁଖ୍ୟ ହୋଇଥିଲା ।