ଦେଶରେ ସାମାନ୍ୟ ଉପରମୁହାଁ କରୋନା ସଂକ୍ରମଣ : ୨୪ ଘଣ୍ଟାରେ ୩୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୬ ମୃତ

104

କନକ ବ୍ୟୁରୋ : ଦେଶରେ ସାମାନ୍ୟ ଉପରମୁହାଁ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୩ ହଜାର ୯୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଦିନକରେ ସୁସ୍ଥ ହୋଇଛନ୍ତି ୨ ହଜାର ୬୯୭ ଜଣ । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ୪୧୬ରେ ପହଂଚିଛି । ୫ ରାଜ୍ୟ ତାମିଲନାଡୁ, କେରଳ, ତେଲେଙ୍ଗାନା, ମହାରାଷ୍ଟ୍ର ଓ କର୍ଣ୍ଣାଟକରେ କରୋନାର ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି ।

ତେଣୁ ଏସବୁ ରାଜ୍ୟକୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର । ଏହି ୫ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । କୋଭିଡ୍ ବିରୋଧୀ ଲଢେଇରେ ଢିଲା ନଦେବାକୁ ପରାମର୍ଶ ଦେଇଛନ୍ତି । ସଂକ୍ରମଣ ରୋକିବାକୁ ଯେଉଁସବୁ ପ୍ରତିଶେଧକ ବ୍ୟବସ୍ଥା କରାଯିବା କଥା ତାହା ତୁରନ୍ତ ଲାଗୁ କରିବାକୁ କୁହାଯାଇଛି । ସର୍ଭେଲାନ୍ସ କଡାକଡି କରିବା ସହ ଟେଷ୍ଟିଂ ବଢାଇବା ଏବଂ ନମୁନା ଜେନୋମ ସିକ୍ୱେନ୍ସିଂ ପାଇଁ ପଠାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହା ସହ ଏକାଧିକ ରୋଗରେ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କୁହାଯାଇଛି ।