ଦ୍ରୁତଗତିରେ ଭାରତ ଆଡକୁ ବଢୁଛି ବାତ୍ୟା ବିପର୍ଯ୍ୟୟ । କର୍ଣ୍ଣାଟକ, ଗୋଆ ଓ ଏହିସବୁ ରାଜ୍ୟକୁ ପ୍ରବଳ ବର୍ଷା ନେଇ ଆଗୁଆ ସତର୍କ ସୂଚନା

1,308

କନକ ବ୍ୟୁରୋ : ଦେଶର ଉପକୂଳ ଅଞ୍ଚଳକୁ ଏବେ ବାତ୍ୟା ବିପର୍ଯ୍ୟୟର ଭୟ ଘାରିଛି । ପାଣିପାଗ ବିଭାଗର ବୈଜ୍ଞାନିକଙ୍କ ମତରେ ବାତ୍ୟା ବିପର୍ଯ୍ୟୟ ଆଗାମୀ ୪୮ଘଣ୍ଟା ମଧ୍ୟରେ ଅର୍ଥାତ ୧୦ ତାରିଖ ଭିତରେ ଗମ୍ଭୀର ବାତ୍ୟାର ରୂପନେବ । ଏହାପରେ ଆଗାମୀ ୩ଦିନ ମଧ୍ୟରେ ଉତ୍ତର ଭାରତ ଦିଗରେ ଆଗକୁ ବଢିବ ।

ସ୍କାଇମେଟ୍ ୱେଦର ମୁତାବକ ଆଗାମୀ ୩ଦିନ ପର୍ଯ୍ୟନ୍ତ ଏହି ବାତ୍ୟା ବହୁତ ଗମ୍ଭୀର ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗର ଟ୍ୱିଟ୍ ମୁତାବକ ବାତ୍ୟା ବିପର୍ଯ୍ୟୟ ପୂର୍ବ-ମଧ୍ୟ ଆରବସାଗର ଉପରେ ଜୁନ ୮ ତାରିଖ ୦୮.୩୦ ମିନିଟ ସମୟରେ କେନ୍ଦ୍ରିଭୂତ ହୋଇଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଗୁଜରାଟ ସରକାର ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମାଛ ଧାରାଳୀଙ୍କୁ ସୁମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି । ଏହାସହ ଆଇଏମଡି ଅଧିକାରୀ ପିଟିଆଇକୁ କହିଛନ୍ତି କି ଜୁନ ୯ରୁ ୧୪ ତାରିଖ ମଧ୍ୟରେ ଗୁଜରାଟରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି ।

ସେପଟେ ଲାକ୍ଷାଦୀପ, ଗୋଆ, କର୍ଣ୍ଣାଟକ, ମହାରାଷ୍ଟ୍ରର ଉପକୂଳ ଅଞ୍ଚଳରେ ବାତ୍ୟାର କିଛି ପ୍ରଭାବ ପଡିବ ବୋଲି କୁହାଯାଇଛି । ଏହାସହ ପାଣିପାଗ ବିଭାଗ ତରଫରୁ ଏହି ସବୁ ଅଞ୍ଚଳରେ ପବନ ହେବା ନେଇ ଚେତାବନୀ ଦେଇଛି । ପୂର୍ବ-ମଧ୍ୟ ଆରବ ସାଗର ଓ ପଶ୍ଚିମ ମଧ୍ୟ ଓ ଦକ୍ଷିଣ-ପୂର୍ବ ଆରବସାଗର ପାଖାପାଖି ଅଞ୍ଚଳରେ ୮୦-୯୦ କିଲୋମିଟର ବେଗରେ ପ୍ରତିଘଣ୍ଟା ପବନ ବୋହିବାର ସୂଚନା ରହିଛି । ସେହିଭଳି ପଶ୍ଚିମ-ମଧ୍ୟ ଓ ଦକ୍ଷିଣ ଆରବ ସାଗର ନିକଟ, ଉତ୍ତର କେରଳ, କର୍ଣ୍ଣାଟକ ଓ ଗୋଆ ଅଞ୍ଚଳ ସବୁଠାରୁ ଅଧିକ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଇଛି  ।