ଦ୍ୱିତୀୟ ବିବାହ କରିବେ IAS ଟିନା ଡାବି । ଜାଣନ୍ତୁ ଏଥର କିଏ ହେବେ ତାଙ୍କ ଜୀବନସାଥୀ

1,791

କନକ ବ୍ୟୁରୋ: ୟୁପିଏସସି ଟପର୍ ଟିନା ଡାବୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ହେଲେ ଏଥର କାହାକୁ ସେ ନିଜ ଜୀବନସାଥୀ କରୁଛନ୍ତି ସେ ନେଇ ସମସ୍ତଙ୍କ ମନରେ ଉକ୍ରଣ୍ଠା । ପୁଣିଥରେ ବିବାହ କରିବାର ଖବର ଟିନା ନିଜ ଇନଷ୍ଟାରେ ଜଣାଇଛନ୍ତି ।

୨୦୧୬ ବର୍ଷର ରାଜସ୍ଥାନ କ୍ୟାଡରର ଆଇଏଏସ୍ ଟିନା ଡାବି ୨୦୧୩ ବ୍ୟାଚର ଆଇଏଏସ୍ ପ୍ରଦୀପ ଗୱାଣ୍ଡେଙ୍କୁ ଖୁବ ଶିଘ୍ର ବିବାହ କରିବେ ।ପ୍ରଦୀପଙ୍କ ସହ ନିଜର ଏକ ଘନିଷ୍ଠ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିବା ସହ ଏହି ଖବର ଜଣାଇଛନ୍ତି ଟିନା । ‘ଯେଉଁ ହସ ତୁମେ ଦେଇଛ ତାକୁ ହିଁ ପରିଧାନ କରିଛି’ ବୋଲି ନିଜ ପେଜରେ ପୋଷ୍ଟ କରିଛନ୍ତି ଟିନା ।
ଟିନାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ଏହା ପୂର୍ବରୁ ଟିନା ୨୦୧୬ ବ୍ୟାଚର ଦ୍ୱିତୀୟ ଟପର୍ ଅତହର ଖାନଙ୍କ ସହ ବିବାହ କରିଥିଲେ । ହେଲେ ବେଶି ଦିନ ତିଷ୍ଠି ପାରିନଥିଲା ଏହି ବନ୍ଧନ ।

୨୦୨୦ରେ ଦୁହେଁ ପାରସ୍ପରିକ ବୁଝାମଣାରେ ଛାଡପତ୍ର ନେଇଥିଲେ । ଟ୍ରେନିଙ୍ଗ ସମୟରେ ଦୁହିଁଙ୍କର ଦେଖା ଓ ଏହା ପ୍ରେମରେ ବଦଳିଯାଇଥିଲା । ଦୁହେଁ ଦୁଇ ଭିନ୍ନ ସମ୍ପ୍ରଦାୟର ହୋଇଥିବାରୁ ଏହି ବିବାହକୁ ବିଭିନ୍ନ ମହଲରୁ ବିଶେଷ କରି ସଂଖ୍ୟାଲଘୁ ସମ୍ପ୍ରଦାୟରୁ ବିରୋଧ ହୋଇଥିଲେ ବି ଦୁହେଁ ବିବାହ କରିଥିଲେ । ବିବାହ ପରେ ଅତହର ରାଜସ୍ଥାନରେ କାର୍ଯ୍ୟରତ ଥିଲେ । ହେଲେ ବିବାହ ବିଚ୍ଛେଦ ପରେ ସେ ଜମ୍ମୁ-କାଶ୍ମୀର ଟ୍ରାନ୍ସଫର ହୋଇ ଚାଲିଯାଇଥିଲେ ।