ବନ୍ୟାପାଣି ନେଲା ଆଉ ଏକ ଜୀବନ : ବନ୍ୟାରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ

115

କନକ ବ୍ୟୁରୋ : ବନ୍ୟାପାଣି ନେଲା ଆଉ ଏକ ଜୀବନ । ବନ୍ୟାରେ ଭାସିଯାଇ ଜଣେ ଚାଷୀଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ହାବଳେଶ୍ୱର ପଞ୍ଚାୟତ ଜାବିନପୁର ଗାଁରେ ଅଘଟଣ । ରବିବାର ଗାଁର ଟଭା ମୁଣ୍ଡାଙ୍କ ପୁଅ ଦୁଶାସନ ନିଜ ଚାଷ ଜମିର ସ୍ଥିତି ଦେଖିବାକୁ ଯାଇଥିବାବେଳେ ହଠାତ୍ ବନ୍ୟା ପାଣି ମାଡି ଆସିଥିଲା । ଏଥିରେ ଦୁଶାସନ ଭାସି ଯାଇଥିଲେ । ଅନେକ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ଜଳସ୍ତର କମିବା ପରେ ଗାଁ ନିକଟରେ ଥିବା ଏକ ପୋଲ ନିକଟରୁ ତାଙ୍କ ମୃଦଦେହ ଲାଗି ରହିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକେ ଦୁଶାସନଙ୍କ ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।