ପୃଥିବୀ ପୃଷ୍ଠରୁ ଲୋପ ପାଇବେ ପୁରୁଷ! ବଞ୍ଚିବେ କେବଳ ମହିଳା… କାରଣ କହିଲେ ବିଶେଷଜ୍ଞ

1,553

କନକ ବ୍ୟୁରୋ: ପୃଥିବୀରୁ ଲୋପ ପାଇବ ପୁରୁଷ ଜାତି! ଏପରି ଏକ ସମୟ ଆସିବ ଯେବେ ଆଉ ଜନ୍ମ ହେବେନି ପୁରୁଷ । ଏପରି ତଥ୍ୟ ପ୍ରକାଶ କରିଛି ଆମେରିକାର ‘ପ୍ରୋସିଡିଙ୍ଗସ୍ ଅଫ୍ ଦି ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସ’ର ଗବେଷକ ଦଳ । ଏହା ଯଦି ସତ ହୁଏ ତେବେ ପୁରୁଷଙ୍କ ସ୍ଥାନ କିଏ ନେବ? ଆଉ କେଉଁ ନୂଆ ପ୍ରାଣୀ ସୃଷ୍ଟି ହେବେ ? ମାନବ ଜାତିର ବିକାଶ କିପରି ହେବ? ଏ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ ।

ଏ ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ବୈଜ୍ଞାନିକଙ୍କ ଗବେଷଣା ଅନୁସାରେ ସ୍ତନ୍ୟପାୟୀ ପ୍ରାଣୀଙ୍କ ଠାରେ Y  Chromosome ଶେଷ ହୋଇ ଯାଉଛି । ବିଜ୍ଞାନ ଅନୁସାରେ ମଣିଷର ଲିଙ୍ଗ ନିର୍ଣ୍ଣୟ କରିବାରେ Y  Chromosome ଗୁରୁତ୍ୱପୂର୍ଣ୍ଣ ଭାର ଗ୍ରହଣ କରେ । ସୃଷ୍ଟିର ବିଭିନ୍ନ ପ୍ରଜାତିର ସ୍ତ୍ରୀଙ୍କ ଠାରେ ୨ଟି ଲେଖାଏଁ X Chromosome କୋମୋଜୋମ୍ ଥାଏ କିନ୍ତୁ ପୁରୁଷ ପାଖରେ ଗୋଟିଏ X କ୍ରୋମୋଜୋମ୍ ସହ ଗୋଟିଏ Y କ୍ରୋମେଜୋମ୍ ଥାଏ । X କ୍ରୋମୋଜୋମରେ ୯୦୦ ଜିନ୍ ଥିବାବେଳେ Y କୋମେଜୋମ୍ ପାଖରେ ମାତ୍ର ୫୫ଟି ଜିନ୍ ରହିଛି । ଏହାର ସଂଖ୍ୟା କମ୍ ହେଲେ ବି ଶିଶୁର ଲିଙ୍ଗ ନିର୍ଦ୍ଧାରଣ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ମୁଖ୍ୟତଃ ଶିଶୁ ପୁରୁଷ ହେବ ବୋଲି Y କ୍ରେମୋଜୋମ୍ ନିଶ୍ଚିତ କରିଥାଏ ।

ହେଲେ ଗବେଷକଙ୍କ ଗବେଷଣା ଅନୁସାରେ ଗତ ୧୬.୬ କୋଟି ବର୍ଷ ମଧ୍ୟରେ Y କ୍ରୋମୋଜୋମ୍ ୯୦୦ ଜିନରୁ ମାତ୍ର ୫୫ ଜିନକୁ ହ୍ରାସ ପାଇଲାଣି । ତେଣୁ ଆସନ୍ତା ୧.୧୦ କୋଟି ବର୍ଷରେ ଏହା ସମ୍ପୂର୍ଣ୍ଣ ଲୋପ ପାଇବ । ଫଳରେ ଆଉ ପୁରୁଷ ଜନ୍ମ ନେବେ ନାହିଁ । ଏବେଯାଏଁ ରିସର୍ଚ୍ଚରୁ ଜଣାପଡିଛି ଯେ ଦି ପ୍ରକାର ମୂଷା ଓ କିଛି ଝିଟିପିଟି ପ୍ରଜାତିଙ୍କ ଠାରେ Y କ୍ରୋମୋଜମ୍ ଆଦୌ ନାହିଁ । କିନ୍ତୁ ଏମାନଙ୍କ ସ୍ଥିତି ଏବେବି ରହିଛି, ଯାହା ମନୁୁଷ୍ୟ ପକ୍ଷେ ଆଦୌ ସମ୍ଭବ ନୁହେଁ ।

ତେବେ ଯଦି ପୁରୁଷର Y କ୍ରେମୋଜମ୍ କ୍ଷୟ ହୋଇଯାଏ ତେବେ ତା’ର ସ୍ଥାନ ଆଉ କିଛି କ୍ରୋମୋଜୋମ ନେବ କି ଯାହା ମଣିଷ ଜାତିକୁ ବଞ୍ଚାଇ ରଖିବ? ହେଲେ ଏନେଇ ବୈଜ୍ଞାନିକ ମାନେ କୌଣସି ତଥ୍ୟ ଦେଇପାରିନାହାଁନ୍ତି । ତେଣୁ ଗବେଷକଙ୍କ ଉପରୋକ୍ତ ତଥ୍ୟ ନେଇ ଏବେ ପର୍ଯ୍ୟାଲୋଚନା ଆରମ୍ଭ ହୋଇଛି ।