ସିବିଆଇ ଜାଲରେ ଏଫସିଆଇ ମ୍ୟାନେଜର । ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ପ୍ରେମ ସିଂ ଗିରଫ

133

କନକ ବ୍ୟୁରୋ: ସିବିଆଇ ଜାଲରେ ଏଫସିଆଇ ମ୍ୟାନେଜର । ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ ଓଡ଼ିଶା ବ୍ରାଞ୍ଚର ଜେନେରାଲ ମ୍ୟାନେଜର ପ୍ରେମ ସିଂଙ୍କୁ ଭୁବନେଶ୍ୱରରୁ ଗିରଫ କଲା ସିବିଆଇ । ପ୍ରେମ୍ ସିଂଙ୍କ ସମେତ ଆହୁରି ୪ ଜଣଙ୍କୁ ଗିରଫ କରିଛି ସିବିଆଇ । ଲାଞ୍ଚ ନେଇ ସରକାରୀ ଟଙ୍କା ହଡ଼ପ କରିଥିବାର ଅଭିଯୋଗରେ ଭୁବନେଶ୍ବରରୁ ଦୁଇଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଟେଣ୍ଡର ପାଇବା ପାଇଁ ୫ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ ଏଫସିଆଇ ଜେନେରାଲ ମ୍ୟାନେଜର । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଥିଲେ । ଆଜି ସମସ୍ତଙ୍କୁ ଗିରଫ କରିଛି ସିବିଆଇ ।