ଯୁଆଡେ ଚାହିଁବ ପାଣି ଆଉ ପାଣି : ବନ୍ୟା ପାଣି ଘେରରେ ଲୋକେ; ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩

90

କନକ ବ୍ୟୁରୋ : ଯୁଆଡେ ଚାହିଁବ ପାଣି ଆଉ ପାଣି । ବନ୍ୟା ପାଣି ଘେରରେ ଲୋକେ । ବୈତରଣୀରୁ ବନ୍ୟା ଜଳ କମିଛି ହେଲେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ପାଣି । ଅଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ରହିଛି । ଉପର ମୁଣ୍ଡରେ କମୁଛି ହେଲେ ତଳିଆ ଅଞ୍ଚଳରେ ବଢୁୁଛି ବନ୍ୟା ଜଳ । ଯାହାଫଳରେ ଭଦ୍ରକ ଧାମନଗର ବ୍ଲକର ଆନନ୍ଦପୁର, ଖଡ଼ିପଦା, ସୋହଡା, କରଦା, ଦଲାଙ୍ଗ, ରଇପୁର ଆଦି ୧୨ ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି ।

ସେହିଭଳି ଭଣ୍ଡାରୀପୋଖରୀ ବ୍ଲକର ମାଳଦା, ଷୋଳମପୁର, କୁରୀଗାଁ ଆଦି ୫ଟି ପଞ୍ଚାୟତରେ ବନ୍ୟା ଜଳ ପ୍ରବେଶ କରିଛି । ଅନେକ ଲୋକ ଜଳବନ୍ଦୀ ହୋଇରହିଛନ୍ତି । ସେହିଭଳି ଜଳବନ୍ଦୀ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସବୁ ପ୍ରଶାସନ ପକ୍ଷରୁ ଯୋଗାଯାଉଛି । ସେପଟେ ତିହିଡି ଅଞ୍ଚଳର ତଳିଆ ଅଞ୍ଚଳ ବୋଡ଼କରୁ ନେଇ ଶ୍ୟାମସୁନ୍ଦରପୁର ଆଦି ପଞ୍ଚାୟତକୁ ବନ୍ୟା ଜଳ ପ୍ରବେଶ କରୁଛି । ନଦୀ ବନ୍ଧର ଦୁର୍ବଳ ସ୍ଥାନରେ ଘଳିଆ ସୃଷ୍ଟି ହୋଇଥିବା ବେଳେ ସ୍ଥାନୀୟ ଲୋକେ ବନ୍ଧ ନିକଟରେ ବାଲି ବସ୍ତା ପକେଇ ମରାମତି କରିଛନ୍ତି ।