ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର । ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ

122

କନକ ବ୍ୟୁରୋ : ଅଗ୍ନିକାଣ୍ଡ ଘଟି ଜଳିଗଲା ୪ ବଖରା ଘର । ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକ ସମ୍ପାରୁ ପଞ୍ଚାୟତ କାଦୁଅମାଗୁରା ଗ୍ରାମରେ ଅଗ୍ନିକାଣ୍ଡ ଘଟି ସାମ୍ବାଦିକ ବିଶ୍ୱନାଥ ସାମଲଙ୍କ ଘର ପୋଡିଯାଇଛି । ଅଗ୍ନିକାଣ୍ଡ ପାଇଁ  ଘରର ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଗତକାଲି ଅପରାହ୍ନରେ ଅଚାନକ ନିଆଁ ଲାଗି ଚାହୁଁ ଚାହୁଁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣାପଡିନଥିବା ବେଳେ ଚଡେଇଧରା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

ସେପଟେ, ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବ୍ରହ୍ମପୁର ହାଇସ୍କୁଲ ପରିସରରେ ବଜ୍ରାଘାତ । ବଡ଼ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ । ବିଦ୍ୟାଳୟ ପରିସରରେ ଥିବା ୨୦ରୁ ଅଧିକ ତାଳଗଛରେ ଲାଗିଗଲା ନିଆଁ । ବିଦ୍ୟାଳୟରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରାଘାତ ହୋଇଥିବା ସୂଚନା ରହିଛି । ତାଳ ଛରେ ନିଆଁ ଲାଗିବା ପରେ ଛାତ୍ରଛାତ୍ରୀମାନେ କ୍ଲାସ ରୁମ ଛାଡ଼ି ବାହାରକୁ ପଳେଇ ଆସିଥିଲେ ।