ଖାଉଟିଙ୍କ ପାଇଁ ଭଲ ଖବର । କମିପାରେ ଖାଇବା ତେଲ ଦର

179

କନକ ବ୍ୟୁରୋ : ଖାଉଟିଙ୍କ ପାଇଁ ଭଲ ଖବର । ଖୁବଶୀଘ୍ର ଖାଇବା ତେଲର ଉଚ୍ଚ ଦରଦାମରୁ ଖାଉଟିଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରେ । କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରାଳୟ ସହ ଏକ ବୈଠକ ପରେ ଏହାର ମୂଲ୍ୟରେ ହ୍ରାସ କରିବା ପାଇଁ ତେଲ ଉତ୍ପାଦନକାରୀ ଏବଂ ପ୍ରକ୍ରିୟାକାରୀ କମ୍ପାନୀ ସହମତି ପ୍ରକାଶ କରିଛନ୍ତି । ବିଦେଶୀ ବଜାରରେ ଖାଇବା ତେଲ ଦାମ୍ କମିବା ପରେ ଏବେ ଘରୋଇ ବଜାରରେ ଏହାର ଦାମ୍ କମାଇବାକୁ ସରକାର ଚିନ୍ତା କରୁଛନ୍ତି ।

ସୂଚନାନୁସାରେ, ବିଶ୍ୱ ବଜାରରେ ତୈଳ ଦର ହ୍ରାସ ପାଇବା ପରେ ଘରୋଇ ବଜାରରେ ଖାଇବା ତେଲର ଦାମ୍ କମ୍ କରିବା ପାଇଁ ସହତି ପ୍ରକାଶ କରିଛନ୍ତି ତେଲ ଉତ୍ପାଦନକାରୀ କମ୍ପାନୀ । ଏଥିଯୋଗୁଁ ଆଗାମୀ ଦିନରେ ବଜାରରେ ଖାଇବା ତେଲ ଦର ୧୦ରୁ ୧୨ ଟଙ୍କା ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି । ଗତ ମାସରେ ମଧ୍ୟ ତୈଳ ଦର ହ୍ରାସ କରିଥିଲେ କମ୍ପାନୀ । ଭାରତ ଖାଇବା ତେଲର ପ୍ରାୟ ଦୁଇ ତୃତୀୟାଂଶ ତେଲର ଆମଦାନୀ କରିଥାଏ । ତେବେ ଋଷ-ୟୁକ୍ରେନ ଯୁଦ୍ଧ ଏବଂ ଇଣ୍ଡୋନେସିଆ ଦ୍ୱାରା ପାମୋଲିନ ତେଲ ରପ୍ତାନୀ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ପରେ ଖାଇବା ତେଲ ଦର ବୃଦ୍ଧି ପାଇଥିଲା ।