ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଘରେ ଘରେ ପହଞ୍ଚିବ ରାସନ୍

155

କନକ ବ୍ୟୁରୋ: ଗରୀବଙ୍କ ପାଇଁ ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଛନ୍ତି  । ଏଣିକି ଆଉ ଲୋକଙ୍କୁ ରାସନ୍ ସାମଗ୍ରୀ ନେବାକୁ ଲମ୍ବା ଲାଇନରେ ଘଣ୍ଟା ଘଣ୍ଟା ଛିଡା ହେବାକୁ ପଡିବନି । ବରଂ ଲୋକଙ୍କ ଘରେ ପହଞ୍ଚିବ ରାସନ୍ ସାମଗ୍ରୀ ।

 ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏକ ଭିଡିଓ ଜାରିଆରେ ଏହି ଘୋଷଣା କରିଛନ୍ତି । ଖୁବ୍ ଶିଘ୍ର ରାସନ୍ ସାମଗ୍ରୀର ଡୋରଷ୍ଟେପ୍ ଡେଲିଭରୀ ହେବ ବୋଲି ଭିଡିଓରେ କହିଛନ୍ତି ମାନ୍ । ଅବଶ୍ୟ ଏହା ଏକ ବୈକଳ୍ପିକ ଯୋଜନା । ଲୋକେ ଚାହିଁଲେ ଡିଲର ପାଖରୁ ଯାଇ ରାସନ ଆଣିପାରିବେ । ତେବେ ଡୋର ଡେଲିଭରୀ ପୂର୍ବରୁ ଉପଭୋକ୍ତାଙ୍କୁ ଫୋନ୍ କରାଯିବ । ସେମାନଙ୍କ ସୁବିଧା ଅନୁସାରେ ସେମାନଭ୍କ ଘରେ ନେଇ ରାସନ୍ ପହଞ୍ଚାିଯିବ ବୋଲି ମାନ୍ କହିଛନ୍ତି ।