ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ : ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀ; କହିଲେ, ପ୍ରଶାସନିକ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ନେଇ କାମ କରିବା ଦରକାର

114

କନକ ବ୍ୟୁରୋ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଆମ ଜାତିର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଆମର ପୂର୍ବ ପୁରୁଷମାନେ ହଜାର ହଜାର ବର୍ଷ ପୂର୍ବେ ଭବ୍ୟ ଭାବେ ତୋଳିଥିଲେ । ତାହାକୁ ସୁନ୍ଦର ଓ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । ଏଥିରେ ସର୍ବସମ୍ମତି ହେବାର ବହୁତ ଆବଶ୍ୟକତା ଥାଏ ।

ଏହି ପ୍ରସଙ୍ଗରେ ପ୍ରଶାସନିକ ଦାୟିତ୍ୱରେ ଥିବା ବ୍ୟକ୍ତିମାନେ ସମସ୍ତଙ୍କୁ ନେଇ କାମ କରିବା ଦରକାର ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗତକାଲି ସଂଧ୍ୟା ଧୂପ ସରିବା ପରେ ଆଲଟ ଲାଗି ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରକୁ ଯାଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ଗୋଟିଏ ପ୍ରଜାତନ୍ତ୍ରିକ ସମାଜରେ ମଝିରେ ମଝିରେ ବିବାଦ ଉଠିବା ସ୍ୱଭାବିକ । ଆଜି ଆଧୁନିକ ବିଜ୍ଞାନରେ ପୁରୁଣା ସମୟର କଥାଠାରୁ ଆରମ୍ଭ କରି ବର୍ତ୍ତମାନର ଆବଶ୍ୟକତାକୁ ପୂରା କରିବାରେ ଅନ୍ତଦ୍ୱନ୍ଦ୍ୱ ହୋଇନପାରେ । ଉଭୟକୁ ଏକାଠି ସୁସଜ୍ଜିତ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।