ଜିକା ଭାଇରସ୍ ନେଇ ବଢ଼ିଲା ଚିନ୍ତା: ରାଜ୍ୟଙ୍କୁ ଚିଠି ଲେଖିଲା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ

133

କନକ ବ୍ୟୁରୋ: ଜିକା ଭାଇରସ୍ ସଂକ୍ରମଣ ନେଇ ରାଜ୍ୟ ଗୁଡ଼ିକୁ ସତର୍କ କଲେ କେନ୍ଦ୍ର ସରକାର। ଏନେଇ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏଥିପାଇଁ ସତର୍କ ଦୃଷ୍ଟି ରଖିବାକୁ ଚିଠିରେ ପରାମର୍ଶ ଦିଆଯାଇଛି। କିପରି ମଶାଙ୍କ ସଂଖ୍ୟା ଓ ପ୍ରାଦୁର୍ଭାବକୁ ରୋକାଯାଇପାରିବ, ସେଥିପ୍ରତି ନଜର ରଖିବା ଓ ସତର୍କ ରହିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ମହାରାଷ୍ଟ୍ରରେ ଏବେ ଜିକା ଭୂତାଣୁ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଶାଙ୍କ ଯୋଗୁଁ ଜିକା ଭୂତାଣୁ ବ୍ୟାପେ। ଏହା ବିଶେଷକରି ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ପ୍ରତି ଅଧିକ ବିପଦଜନକ ହୋଇଥାଏ। ୨୦୧୬ରେ ପ୍ରଥମେ ଗୁଜରାଟରେ ଜିକା ଭୁତାଣୁ ଚିହ୍ନଟ ହୋଇଥିଲା। ଏହାପରେ ତାମିଲନାଡୁ, ମଧ୍ୟପ୍ରଦେଶ, ରାଜସ୍ଥାନ, କେରଳ, ମହାରାଷ୍ଟ୍ର, ଉତର ପ୍ରଦେଶ, ଦିଲ୍ଲୀ ଓ କର୍ଣ୍ଣାଟକ ପରି ରାଜ୍ୟରେ ଏହି ମାମଲା ଚିହ୍ନଟ ହୋଇଛି। ମହାରାଷ୍ଟ୍ରରେ ଜିକା ଭୂତାଣୁର ୮ଟି ମାମଲା ଚିହ୍ନଟ ହୋଇସାରିଛି।