ଯାଜପୁର କୁସୁମାରେ ବିବାଦୀୟ ବଙ୍ଗଳା କାହାର ? ବଢ଼ିଲା ଚର୍ଚ୍ଚା ; ପୌର କତ୍ତୃପକ୍ଷ କହିଲା ପୌରପାଳିକାର ନୁହଁ, କ୍ରୀଡ଼ା ବିଭାଗର

273

କନକ ବ୍ୟୁରୋ: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳା ଗୁଡ଼ିକ କାହାର? କୁସୁମାର ଏହି ବିଳାସପୂର୍ଣ୍ଣ ବଙ୍ଗଳା ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛି ପୌରପାଳିକା। ସାମ୍ବାଦିକ ସମ୍ମିଳନୀ କରି ପୌରପାଳିକା ପକ୍ଷରୁ କୁହାଯାଇଛି ଯେ, କୁସୁମା ପାଶ୍ୱର୍ରେ ଥିବା ୯ଟି ବଙ୍ଗଳା କ୍ରୀଡ଼ା ବିଭାଗ ଅଧିନରେ ଆସୁଛି।

ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗକୁ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ପର୍ୟ୍ୟାୟକ୍ରମେ ୨ ଏକର ୪୧ ଡିସିମିଲ୍ ଯାଗା ପ୍ରଦାନ କରାଯାଇଥିଲା। ସେହି ଜମିରେ ସୁଇମିଂ ପୁଲ ଓ ସ୍ପୋର୍ଟ୍ସ କମ୍ପ୍ଲେକ୍ସ କରାଯାଇଥିବା ବେଳେ ୯ଟି ସ୍ପୋଟ୍ସ ବଙ୍ଗଳା ନିର୍ମାଣ କରାଯାଇଛି। ପୌରପାଳିକା କେବଳ ଜମି ଯୋଗାଇ ଥିବା ବେଳେ କୌଣସି ଆର୍ଥିକ ସହାୟତା ଯୋଗାଇ ନାହାନ୍ତି। ପୌର କର୍ତୃପକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସ୍ପଷ୍ଟୀକରଣ ରଖାଯାଇଛି। ଏହି ବଙ୍ଗଳା ପାଇଁ କ୍ରୀଡ଼ା ବିଭାଗ ପକ୍ଷରୁ ଟଙ୍କାଟିଏ ବି ଖର୍ଚ୍ଚ କରାଯାଇନାହିଁ। ତଦନ୍ତ ପରେ ବଙ୍ଗଳା କାହାର ସ୍ପଷ୍ଟ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।