ଦିଲ୍ଲୀରେ ସର୍ବନିମ୍ନ ୨ ଡିଗ୍ରୀକୁ ଖସିଲା ପାରଦ । ପ୍ରବଳ ଥଣ୍ଡାରେ ଅସ୍ତବ୍ୟସ୍ତ ଜନ ଜୀବନ, ଘନ କୁହୁଡି ଯୋଗୁଁ ଟ୍ରେନ ଓ ବିମାନ ସେବା ବାଧାପ୍ରାପ୍ତ

112

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଆଜି ରେକର୍ଡ ଥଣ୍ଡା ଅନୁଭତ ହୋଇଛି । ସର୍ବନିମ୍ନ ତାପମାତ୍ରା ୨ ଦଶମିକ୍ ୨ ଡିଗ୍ରୀକୁ ଖସିଆସିଥିବା ବେଳେ ହାରାହାରି ତାପମାତ୍ରା ୫ ଡିଗ୍ରୀର ତଳେ ରେକର୍ଡ କରାଯାଇଛି । ଯାହାକି ଚଳିତ ଥର ସବୁଠୁ କମ୍ ତାପମାତ୍ରା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଅତ୍ୟଧିକ ଥଣ୍ଡାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କେତେକ ଅଂଚଳରେ ତୁଷାରପାତ ଜାରି ରହିଛି । ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡି ଯୋଗୁଁ ୫୦ ମିଟର ଦୂରତାରେ ଦେଖିବା ସମ୍ଭବପର ହୋଇନାହିଁ । ଫଳରେ ରାସ୍ତା ଏବଂ ଟ୍ରାଫିକ୍ ପୁରା ଜାମ ହୋଇଯାଇଥିବା ଦେଖିବାକୁ ମିଳିଛି । ଅତ୍ୟଧିକ କୁହୁଡି ଯୋଗୁ ୩୬ ଟ୍ରେନ୍ ବିଳମ୍ବରେ ଚାଲୁଥିବା ରେଳ ବିଭାଗ ପକ୍ଷରୁ କୁହଯାଇଛି । କିଛି ବିମାନ ଚଳାଚଳ ବାତିଲ ହୋଇଥିବା ବେଳେ ଅନ୍ୟ କିଛି ବିଳମ୍ବରେ ଚାଲୁଥିବା ସୂଚନା ମିଳିଛି ।