ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତା ଚନ୍ଦନ ମିତ୍ର

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତା ଚନ୍ଦନ ମିତ୍ର । ସଚିବାଳୟରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି ବେଜେପି ନେତା ଚନ୍ଦନ ମିତ୍ର । ପୂର୍ବରୁ ରାଜ୍ୟବିଜେପି ପ୍ରଭାରୀ ଥିଲେ ଚନ୍ଦନ ମିତ୍ର । ଏପରିକି ୨୦୦୯ ନିର୍ବାଚନର ଠିକ୍ ପୂର୍ବରୁ ବିଜେପି-ବିଜେଡି ମେଂଟ ମଧ୍ୟରେ ଆସନ ବୁଝାମଣା ନେଇ କଥାବାର୍ତା କରୁଥିଲେ ଚନ୍ଦନ ମିତ୍ର । ମେଂଟ ନଭାଙ୍ଗିବା ନେଇ ଚାଲିଥିଲା ବିଚାର ବିମର୍ଷ । ଯେଉଁଥିରେ ବିଜେପି ପକ୍ଷରୁ ଚେହେରା ସାଜିଥିଲେ ଚନ୍ଦନ ମିତ୍ର । ତେବେ ୨୦୦୯ରେ ମେଂଟ ଭାଂଗିବା ପରେ ବିଜେଡି ବିରୋଧରେ ବିଷଦଗାର କରିଥିଲେ ଚନ୍ଦନ । ଆଉ ଏହାରି ଭିତରେ ଆଜି ନବୀନଙ୍କୁ ସଚିବାଳୟରେ ସାକ୍ଷାତ କରିବା ନାନା ପ୍ରଶ୍ନବାଚୀ ତିଆରି କରିଛି । ଯଦିଓ ଉଭୟଙ୍କ ମଧ୍ୟରେ ସାକ୍ଷାତକୁ ସୌଜନ୍ୟମୂଳକ କୁହାଯାଉଛି ତେବେ ଏହା ଭିତରେ କିଛି ରାଜନୈତିକ ସନ୍ଧି ଥିବା ଚର୍ଚା ହେଉଛି ।