ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲା : ତେଲେଙ୍ଗାନା ଯାଏଁ ଲମ୍ବିଛି ଦୁର୍ନୀତି ଚେର! ସାମ୍ନାକୁ ଆସିଲା କେସିଆର ଝିଅଙ୍କ ନାଁ

136

କନକ ବ୍ୟୁରୋ : ଯେଉଁ ଅବକାରୀ ନୀତି ଦୁର୍ନୀତିକୁ ନେଇ ଉଠୁଛି ପଡୁଛି ରାଜଧାନୀ ଦିଲ୍ଲୀ ଏବେ ସେହି ଦୁର୍ନୀତିର ଚେର ଦକ୍ଷିଣ ଭାରତର ପ୍ରମୁଖ ରାଜ୍ୟ ତେଲେଙ୍ଗାନା ପର୍ଯର୍୍ୟନ୍ତ ଲମ୍ବିଥିବା ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ସେହି ସମୟରେ ସାମ୍ନାକୁ ଆସିଛି ଯେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ.କବିତାଙ୍କ ନାଁ ଏହି ମାମଲାକୁ ଭିତରକୁ ଟଣା ହୋଇଛି । ସିବିଆଇ ଏବେ ଟିଆରଏସର ବିଧାୟିକା ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅଙ୍କୁ ଜେରା ପାଇଁ ସମନ ପଠାଇଛି । ସିଆରପିସି ଧାରା ୧୬୦ ଅନୁସାରେ ବିଧାୟିକାଙ୍କୁ ସମନ ଜାରି କରାଯାଇଛି । ଡିସେମ୍ବର ୬ରେ ଜେରା ପାଇଁ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ହାଇକୋର୍ଟରେ ଇଡି ଏକ ଆବେଦନ ଦାୟର କରିଛି । ଯେଉଁଥିରେ କୁହାଯାଇଛି ଲାଂଚ ନେବା ମାମଲାରେ କବିତାଙ୍କ ନାଁ ସମ୍ପୃକ୍ତି ରହିଛି । ସେପଟେ କବିତା ଦିଲ୍ଲୀ ଆସିପାରିବେନି ଓ ତାଙ୍କୁ ଜେରା ହାଇଦ୍ରାବାଦ ବାସଭବନରେ କରାଯାଉ ବୋଲି ନିଜ ଜବାବରେ ସେ କହିଛନ୍ତି ।

ମାମଲାରେ କିଛି ଦିନ ହେବ ଇଡି ଗୁରୁଗ୍ରାମରୁ ଅମିତ ଆରୋରା ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଥିଲା । ଅମିତଙ୍କୁ ଜେରା କରିବା ସମୟରେ କବିତାଙ୍କ ନାଁ ସାମ୍ନାକୁ ଅ।।ସିଥିବା କୁହାଯାଉଛି । ଇଡି କହିଛି କି ଦିଲ୍ଲୀ ଅବକାରୀ ନୀତି ଦୁର୍ନିୀତି ସହ ସାଉଥ ଗ୍ରୁପର କନେକ୍ସନ ରହିଛି । ଏହି ଗ୍ରୁପର ମୁଖ୍ୟ ହେଉଛନ୍ତି କବିତା । ଅନ୍ୟପଟେ ଗିରଫ ବ୍ୟବସାୟୀ ବିଜୟ ନାୟର ମଧ୍ୟ ଆପକୁ ୧୦୦କୋଟି ଟଙ୍କା ଲାଂଚ ଦେଇଥିବା ଇଡି ଦାବି କରିଛି । ସେପଟେ ଇଡିର ଦାବି ଭିତରେ କବିତା ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ଯେଉଁ ରାଜ୍ୟରେ ନିର୍ବାଚନ ହେବ ସେହି ରାଜ୍ୟମାନଙ୍କରେ ମୋଦି ସରକାରଙ୍କ ଇସାରାରେ ଇଡିର ଚଢାଉ ହୁଏ । ଇଡି କାନ୍ଧରେ ବନ୍ଧୁକ ରଖି ମୋଦି ସରକାର ଗୋଟି ଚାଳନା କରନ୍ତି । ବିନା ପ୍ରମାଣ ଓ ତଥ୍ୟରେ ଇଡି କିଭଳି ଏଭଳି ଦାବି କରୁଛି ଓ ମାମଲା ରୁଜୁ କରୁଛି ବୋଲି କବିତା ପ୍ରଶ୍ନ କରିଛନ୍ତି । ଏହା ଏକ ନିଚ ମାନସିକତା ଓ ତଦନ୍ତକାରୀ ସଂସ୍ଥା ବ୍ୟବହାର କରି ନିର୍ବାଚନ ଜିତିବା ଅସମ୍ଭବ ବୋଲି ଟିଆରଏସ ନେତ୍ରୀ କହିଛନ୍ତି ।

ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମକୁ ନେଇ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ କିଛି ଦିନ ହେବ ଆରୋପପ୍ରତ୍ୟାରୋପ ଜୋରଦାର ଚାଲିଛି । ଏହା ଭିତରେ ନୂଆ ନାଁ ଏଟ୍ରିଂ ହୋଇଛି । ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ଆମ ଆଦମୀ ପାର୍ଟିର ଅନେକ ବଡ ବଡ ନେତା ଇଡି ଜାଲରେ ଛନ୍ଦି ହୋଇଛନ୍ତି । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ଝିଅ ଉଠିବା ପରେ ହୁଏତ ଆଗକୁ ଅନେକ ତଥ୍ୟ ସାମ୍ନାକୁ ଆସିପାରେ ।