ବାଲେଶ୍ୱରରେ ଆତଙ୍କ । କୁକୁର କାମୁଡାରେ ୩୦ ଆହତ । ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି 

128

କନକ ବ୍ୟୁରୋ: ବାଲେଶ୍ୱରରେ ବୁଲା କୁକୁର ଆତଙ୍କ । ପ୍ରାତଃ ଭ୍ରମଣ ବେଳେ କୁକୁର କାମୁଡ଼ାରେ ଶିକାର ହେଲେ ୩୦ରୁ ଅଧିକ ଲୋକ । ଯାହାକୁ ନେଇ ବାଲେଶ୍ୱର ପଠାଣ ମହଲା ଅଞ୍ଚଳରେ ଭୟର ମାହୋଲ ଦେଖିବାକୁ ମିଳିଛି । ତେବେ ହିଂସ୍ର କୁକୁରକୁ ସ୍ଥାନୀୟ ଲୋକେ ପିଟି ପିଟି ମାରି ଦେଇଥିବା ସୂଚନା ରହିଛି ।

  • ବାଲେଶ୍ୱରରେ ବୁଲା କୁକୁର ଆତଙ୍କ
  • ପ୍ରାତଃଭ୍ରମଣ ବେଳେ ଗୋଡାଇ ଗୋଡାଇ କାମୁଡିଲା

ବାଲେଶ୍ୱର ପଠାନ ମହଲାରେ ଏବେ ବୁଲା କୁକୁରଙ୍କ ଆତଙ୍କ ସୃଷ୍ଟି ହୋଇଛି । ଲୋକେ ପ୍ରାତଃ ଭ୍ରମଣରେ ଯିବାବେଳେ  ଏକ ପାଗଳା କୁକର କାମୁଡାରେ ୩୦ରୁ ଅଧିକ ଲୋକ ଆହତ ହେବା ପରେ ଭୟ ସୃଷ୍ଟି ହୋଇଛି । ଗୁରୁତର ଅବସ୍ଥାରେ ଆହତଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରିକି ହିଂସ୍ର ପାଲଟିଥିବା କୁକୁରକୁ ଲୋକେ ଗୋଡାଇବାବେଳେ କୁକୁର ବି ଝାମ୍ପମାରି କାମୁଡିଛି । ସକାଳେ ଆହତ ମାନେ ମେଡିକାଲକୁ ଆସି ଚିକିତ୍ସିତ ହୋଇଛନ୍ତି । ତେବେ ହିଂସ୍ର ପାଲିଟିଥିବା କୁକୁରକୁ ସ୍ଥାନିୟ ଲୋକେ ପିଟି ପିଟି ମାରିଦେଇଥିବା ସୂଚନା ମିଳିଛି ।

  • ବୁଲା କୁକୁରଙ୍କୁ ସାବଧାନ
  • କାହିଁକି ହିଂସ୍ର ହେଉଛନ୍ତି ବୁଲା କୁକୁର?

ବାଲେଶ୍ୱରରେ ଏଭଳି ଘଟଣା ନିଶ୍ଚିତ ରୂପେ ଉଦବେଗର ବିଷୟ ପାଲଟିଛି । ରାସ୍ତାରେ ବୁଲା କୁକୁରଙ୍କ ସଂଖ୍ୟା ବଢୁଥିବାରୁ ଓ ସେମାନଙ୍କୁ ଟିକା ଦିଆଯାଉନଥିବାରୁ ସେମାନେ ହିଂସ୍ର ହୋଇପଡୁଛନ୍ତି । ତେଣୁ ବୁଲା କୁକୁରଙ୍କଠାରୁ ନିଜକୁ ସୁରକ୍ଷିତ ରଖିବା ଜରୁରୀ ହୋଇପଡିଛିା  ତେବେ ବିଶେଷଜ୍ଞଙ୍କ କହିବା ଅନୁସାରେ…

  • ବୁଲା କୁକୁରଙ୍କୁ ଆବଶ୍ୟକୀୟ ଟୀକା ଦିଆଯାଉନାହିଁ
  • ବୁଲା କୁକୁରଙ୍କ ଅସ୍ତ୍ରୋପଚାର ଉପରେ ଗୁରୁତ୍ୱ ଦିଆଯାଉନି
  • ବୁଲା କୁକୁରଙ୍କୁ ରଖିବା ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ
  • ବିଭିନ୍ନ ମେଟ୍ରୋ ଭଳି ରାଜ୍ୟରେ ବୁଲା କୁକୁରଙ୍କ ପାଇଁ ଏନଜିଓ ସକ୍ରିୟ ନାହାନ୍ତି
  • ହିଂସ୍ର କିମ୍ବା ପାଗଳାକୁକୁରଙ୍କ ବି ଚିକିତ୍ସା କରାଯିବା ଦରକାର
  • ବିଭିନ୍ନ ଡାକ୍ତରଖାନାରେ ଇଞ୍ଜେକସନ ବି ମହଜୁଦ ରଖାଯିବା ଆବଶ୍ୟକ

କିଛିଦିନ ତଳେ ଭୁବନେଶ୍ୱରରେ ଜଣେ ନାବାଳକକୁ ପଡୋଶୀ ଘରର କୁକୁର କାମୁଡିବାକୁ ନେଇ ବହୁ ବିବାଦ ଦେଖାଦେଇଥିଲା । ଫଳରେ ବିଏମସି ଘରେ ରଖୁଥିବା କୁକୁରଙ୍କ ପାଇଁ ଏକ ଗାଇଡଲାଇନ ଆଣିଥିଲା । ଏବେ ବିଭିନ୍ନ ସ୍ଥାନରେ ବୁଲା କୁକୁର ହିଂସ୍ର ହେବା ଘଟଣା ଚିନ୍ତାର କାରଣ ହୋଇଛି ।