ଉଦଘାଟନ ଫିତା କାଟୁଥିଲେ । ଭାଙ୍ଗିଗଲା ପୋଲ, କଚାଡି ହୋଇପଡିଲେ ଅଧିକାରୀ ।

270

କନକ ବ୍ୟୁରୋ: ଉଦଘାଟନୀ ଫିତା କଟାଯାଉଥିଲା । ଠିକ୍ ସେତିକିବେଳେ ଭୁଷୁଡି ପଡିଲା ପୋଲ । କଚାଡି ହୋଇ ପଡିଲେ ଅଧିକାରୀ ଓ ତାଙ୍କ ସହଯୋଗୀ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଆଫ୍ରିକାର କଙ୍ଗୋ ଗଣରାଜ୍ୟରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ମୁତୟନ ଥିବା ସୁରକ୍ଷା ଅଧିକାରୀମାନେ ଅଧିକାରୀଙ୍କୁ ବଞ୍ଚାଇଥିଲେ । ହେଲେ ଅନ୍ୟ କିଛି ଲୋକେ ପୋଲ ମଝିରେ ଫଶିଯାଇଥିଲେ । ଏଥିରେ କାହାରୀ ଜୀବନ ହାନୀ ହୋଇନଥିବା ଜଣାପଡିଛି । ଏଭଳି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି ଲୋକେ । ଭିଡିଓ ଭାଇରାଲ ହେବା ପରେ ୟୁଜର୍ସଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।