ବ୍ଲୁଟୁଥ୍ ଇଅରଫୋନ୍ ହେଲା କାଳ : କଥାହେବା ସମୟରେ ବିସ୍ଫୋରଣ , ଯୁବକ ମୃତ

588

କନକ ବ୍ୟୁରା: ଆପଣ ବ୍ଲୁ ଟୁଥ୍ ଇଅର ଫୋନ୍ ବ୍ୟବହାର କରୁଥିଲେ ସାବଧାନ୍ । କେତେବେଳେ ବି ଘଟିପାରେ ଅଘଟଣ । ରାଜସ୍ଥାନ ଜୟପୁରରେ ଘଟିଛି ଏପରି ଏକ ଅଘଟଣ । ବ୍ଲୁଟୁଥ୍ ଇଅରଫୋନରେ କଥାହେବାବେଳେ ବିସ୍ଫୋରଣ ହୋଇ ରାକେଶ ନାଗାରା ନାମ ଯୁବକର ମୃତ୍ୟୁ ହୋଇଛି ।


ସୂଚନା ମୁତାବକ, ଇଅରଫୋନରେ କଥାହେବା ସମୟରେ ହଠାତ୍ ତାହା ବିସ୍ଫୋରଣ ହୋଇଥିଲା । ଫଳରେ ରାକେଶ ସଂଜ୍ଞାହୀନ ହୋଇପଡିଯାଇଥିଲେ । ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ବି ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।