ଯେଉଁ କର୍ଲି କ୍ଲବରେ ପାର୍ଟି ପରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ହୋଇଥିଲା, ତାକୁ ଭାଙ୍ଗିବାକୁ ପହଞ୍ଚିଲା ବୁଲ୍ ଡୋଜର ।

228

କନକ ବ୍ୟୁରୋ: ଗୋଆର ଯେଉଁ କର୍ଲି କ୍ଲବ ରେଷ୍ଟୁରାଣ୍ଟରେ ପାର୍ଟି ଏବଂ ପରେ ଟିକଟିକ୍ ଷ୍ଟାର ସୋନାଲି ଫୋଗାଟଙ୍କର ମୃତ୍ୟୁ ହୋଇଥିଲା ତା’ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ କର୍ଲି କ୍ଲବକୁ ଭାଙ୍ଗିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

କର୍ଲି କ୍ଳବ ଭାଙ୍ଗିବାକୁ ଏହା ପରିସରରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ଗୋଆର ଏହି ରେଷ୍ଟୁରାଣ୍ଟକୁ ଭାଙ୍ଗିବା ଉପରେ ଲାଗିଥିବା କଟକଣାକୁ ଖାରଜ କରିଦେବା ପରେ ଏନେଇ ବାଟ ସଫା ହୋଇଯାଇଛି ।

ସୂଚନା ମୁତାବକ, ରେଷ୍ଟୁରାଣ୍ଟର ମାଲିକ ଏଡୱିନ୍ ନୁନ୍ସ ଏହାକୁ ନଭାଙ୍ଗିବାକୁ ଗ୍ରୀନ ଟିବ୍ରୁନାଲରେ ଏକ ଆବେଦନ ପତ୍ର ଦାଖଲ କରିଥିଲେ । କିନ୍ତୁ ଏନଜିଟି ମାମଲାରେ ଶୁଣାଣୀ ପରେ ଏହି ଆବେଦନକୁ ଖାରଜ କରିଦିଆଗଲା । ଏହାର ଅର୍ଥ ଏନଜିଟି ମଧ୍ୟ ଏହାକୁ ଭାଙ୍ଗିଦେବାର ବାଟ ଫିଟାଇଦେଲା ।