୨୬/୧୧ ଆକ୍ରମଣ ପରେ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବାକୁ ପ୍ରସ୍ତୁତ ଥିଲା ଭାରତୀୟ ବାୟୁସେନା କିନ୍ତୁ ସରକାର ଦେଇନଥିଲେ ଅନୁମତି । ମୁହଁ ଖୋଲିଲେ ପୂର୍ବତନ ବାୟୁସେନା ମୁଖ୍ୟ ଧନୱା ।

435

କନକ ବ୍ୟୁରୋ: ୧୧ ବର୍ଷପରେ ଖୋଲିଲା ୨୬/୧୧ ମୁମ୍ବାଇ ଆକ୍ରମଣ ନୂଆ ଖିଅ ।  ମୁମ୍ବାଇ ଆକ୍ରମଣ ପରେ ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ କରିବା ପାଇଁ ପ୍ରସ୍ତୁତ ଥିଲା ଭାରତୀୟ ବାୟୁସେନା । କିନ୍ତୁ ସରକାର ଏହି ପ୍ରସ୍ତାବକୁ ଅଣଦେଖା କରିଥିଲେ । ୨୦୦୮ରେ ମାୟାନଗରୀ ମୁମ୍ବାଇରେ ହୋଇଥିବା ଆକ୍ରମଣ ଭାରତୀୟ ଇତିହାସ ପାଇଁ କଳାଦିନ ଥିଲା । ସେହି ସମୟରେ ଏହାର ପାଲଟା ଜବାବ ଦେବା ପାଇଁ ପ୍ରସ୍ତୁତ ଥିଲା ବାୟୁସେନା । କିନ୍ତୁ ଏୟାରଷ୍ଟ୍ରାଇକ କରାଯିବ ନା ନାହିଁ ତାହା ରାଜନୈତିକ ନିଷ୍ପତି ଥିଲା ଯାହାକୁ ମନା କରିଦେଇଥିଲେ ସରକାର । ଏହି ସୂଚନା ଦେଇଛନ୍ତି ପୂର୍ବତନ ଏୟାର ଚିଫ୍ ମାର୍ସଲ ବିଏସ ଧନୋୱା ।

ମୁମ୍ବାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଛାତ୍ରଛାତ୍ରୀଙ୍କୁ ସମ୍ବୋଦନ କଲାବେଳେ ଏହା କହିଛନ୍ତି ଧନୋୱା । ଏପରିକି ୨୦୦୧ରେ ସାଂସଦରେ ହୋଇଥିବା ଆକ୍ରମଣ ପରେ ମଧ୍ୟ ପାଲଟା ଆକ୍ରମଣ କରିବା ପାଇଁ ବାୟୁସେନା ପ୍ରସ୍ତାବ ଦେଇଥିଲା ଯାହାକୁ ସରକାର ସ୍ୱିକାର କରିନଥିବା କହିଛନ୍ତି ଧନୱା । ଏପରିକି ପାକିସ୍ତାନର କେଉଁ ସ୍ଥାନରେ ଆତଙ୍କୀ ଶିବିର ରହିଛି ସେ ନେଇ ମଧ୍ୟ ସବିଶେଷ ସୂଚନା ରହିଥିଲା । କିନ୍ତୁ ସରକାର ସେ ବାବଦରେ ଅନୁମତି ପ୍ରଦାନ କରିନଥିବାଲେ । ତେବେ ୩୧ ଡିସେମ୍ବର, ୨୦୧୬ରୁ ୩୦ସେପ୍ଟେମ୍ବର ୨୦୧୯ ପର୍ଯ୍ୟନ୍ତ ବାୟୁସେନା ମୁଖ୍ୟ ରହିଥିଲେ ବିଏସ ଧନୋୱା ।