ଦୁର୍ଘଟଣାରେ ପ୍ରାଣ ହରାଇଲେ ଟ୍ରାଫିକ କର୍ମଚାରୀ ,ଭୁବନେଶ୍ୱର ଡିସିପି ଦେଲେ ଗାର୍ଡ ଅଫ ଅନର ।

230

କନକବ୍ୟୁରୋ: ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟ୍ରାଫିକ କର୍ମଚାରୀଙ୍କୁ ଦିଆଗଲା ଗାର୍ଡ ଅଫ୍ ଅନର । ଗାର୍ଡ ଅଫ୍ ଅନର ଦେଇଛନ୍ତି ଭୁବନେଶ୍ୱର ଡିସିପି । ଏହି ଅବସରରେ ମୃତ ଟ୍ରାଫିକ କର୍ମଚାରୀଙ୍କ ପତ୍ନୀଙ୍କ ସହ ବାପା ଓ ଭାଇ ଉପସ୍ଥିତ ଥିଲେ । ରବିବାର ରାତିରେ ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ ମଧୁସୂଦନ କିର୍ସାନୀ । ଶନିବାର ରାତି ପ୍ରାୟ ୧୦ଟା ସମୟରେ ରାମ ମନ୍ଦିର ଛକରୁ ଡ୍ୟୁଟି ସାରି ପଲସର ଯୋଗେ ଖଣ୍ଡଗିରି ସ୍ଥିତ ରୁମକୁ ଫେରୁଥିବା ବେଳେ ଜୟଦେବ ବିହାର ଫ୍ଲାଏଓଭର ନିକଟରେ ଦୁର୍ଘଟଣା ଘଟିଥିଲା ।

ପଛରୁ ଆସୁଥିବା କୌଣସି ଭାରୀଯାନ ମଧୁସୂଦନଙ୍କୁ ଧକ୍କା ଦେବା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ନୟାପଲ୍ଲୀ ଥାନା ପୋଲିସ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲେ ମଧ୍ୟ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଘଟଣାରେ ତଦନ୍ତ କରାଯିବା ନେଇ କହିଛନ୍ତି ଭୁବନେଶ୍ୱର ଡିସିପି ।