ଠାକୁରଙ୍କୁ ଦର୍ଶନ କରି ଫେରୁଥିଲେ ,ବାଟରେ ଜଗିଥିଲା ଯମ । ଚାଲିଗଲା ୭ ଜୀବନ

271

କନକ ବ୍ୟୁରୋ: ଉତ୍ତରପ୍ରଦେଶ ବହରାଇଚ ଜିଲ୍ଲାରେ ଆଜି ସକାଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣ ଶ୍ରଦ୍ଧାଳୁ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ୯ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଗୁରୁତରଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ବିଷୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜାଣିବା ପରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସୂଚନା ମୁତାବକ, ଠାକୁର ଦର୍ଶନ ପରେ ଶ୍ରଦ୍ଧାଳୁଙ୍କୁ ନେଇ ଫେରୁଥିବା ବୋଲେରୋ ଭ୍ୟାନ୍ ବହରାଇଚ୍ –ଲକ୍ଷ୍ମୀପୁର ଖେରି ରାଜପଥରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କ୍ା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୭ଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା । ବାକି ୯ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କୁ ଜିଲ୍ଲା ହସ୍ପିଟାଲଙ୍କୁ ପଠାଯାଇଛି । ପୋଲିସର କହିବା ମୁତାବକ, ସମସ୍ତ ଶ୍ରଦ୍ଧାଳୁ କର୍ଣ୍ଣାଟକ ଜିଲ୍ଲାର । ସେମାନେ ଉତ୍ତରାଖଣ୍ଡରୁ ଠାକୁର ଦର୍ଶନ ସାରି କାଶୀ ଫେରୁଥିଲେ ।