ସନ୍ତୁର ଉସ୍ତାଦ୍ ପଣ୍ଡିତ୍ ଭଜନ ସୋପାରିଙ୍କ ପରଲୋକ । ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ।

କନକ ବ୍ୟୁରୋ: ଖ୍ୟାତନାମା ସନ୍ତୁର ବାଦକ ତଥା ସଙ୍ଗୀତକାର ପହ୍ମଶ୍ରୀ ସମ୍ମାନପ୍ରାପ୍ତ ଭଜନ ସୋପାରିଙ୍କ ଗୁରୁବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା । ଗୁରୁଗ୍ରାମ ସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ଚିିକିତ୍ସିତ ହେଉଥିବାବେଳେ ତାଙ୍କର ପରଲୋକ ହୋଇଛି । ସେ କଲୋନ୍…

ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ । ୨ ଲକ୍ଷ ଶିଶୁଙ୍କୁ ଅପହରଣ କରାଯାଇଥିବା ଜେଲେନସ୍କିଙ୍କ ଦାବୀ

କନକ ବ୍ୟୁରୋ: ଋଷ-ୟୁକ୍ରେନ ଯୁଦ୍ଧକୁ ୧୦୦ ଦିନ ହୋଇଯାଇଛି । ୟକ୍ରେନର ନାଟୋ ସଦସ୍ୟତାକୁ ନେଇ ଋଷ ଏପରି ଉତ୍ୟକ୍ତ ହୋଇଥିଲା ଯେ ଯୁଦ୍ଧ ଡାକରା ଦେଇଥିଲା । ପରିଣାମତଃ ଫେବୃଆରୀ ୨୪ ତାରିଖ ଠାରୁ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ଋଷ । ଥରେ ଦୁଇ ଥର ନୁହେଁ ୟୁକ୍ରେନକୁ ମାଟିିରେ ମିଶାଇବା ଯାଏଁଁ…

ପଢା ଋଣ ପାଇଁ ଆତ୍ମହତ୍ୟା କରିଥିଲେ ବାପା । ଝିଅ ହେଲେ ଆଇଏଏସ୍

କନକ ବ୍ୟୁରୋ: ପିଲାମାନଙ୍କୁ ପଢାଇବେ । ଭଲ ମଣିଷ କରିବେ । ଏଥିପାଇଁ ଋଣ କରିଥିଲେ ବାପା । ହେଲେ ସେ ଋଣ ସୁଝିପାରିନଥିଲେ । ଶେଷରେ ଆତ୍ମହତ୍ୟା ପରି ଚରମ ପନ୍ଥାକୁ ଗ୍ରହଣ କରିନେଇଥିଲେ ବାପା । ଆଜି ସେ ଏ ଦୁନିଆଁରେ ନାହାଁନ୍ତି ହେଲେ ଝିଅ କିନ୍ତୁ ତାଙ୍କର ସବୁ ସ୍ୱପ୍ନ ପୂରଣ କରିଛି ।…

‘ଆତଙ୍କବାଦୀଙ୍କ ପାଖରେ ରହିଛି ଆଣବିକ , ଜୈବିକ ଅସ୍ତ୍ର’: ଜାତିସଂଘରେ ଭାରତର ଚେତାବନୀ

କନକ ବ୍ୟୁରୋ: ଆତଙ୍କବାଦୀଙ୍କ ପାଖରେ ଆଣବିକ, ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି । ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି । ଏନେଇ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାରତ ଚେତାବନୀ ଦେଇଛି । ଜାତିସଂଘରେ ଅବସ୍ଥାପିତ…

ଦେଶକୁ ବିଦ୍ୟୁତ୍ ଶକ୍ତି ଚିନ୍ତା । ଏସବୁ ଦେଶରୁ କୋଇଲା ଆମଦାନୀ କରିବ ଭାରତ ।

କନକ ବ୍ୟୁରୋ: ଦେଶରେ ଦେଖାଯାଉଥିବା କୋଇଲା ସଙ୍କଟର ମୁକାବିଲା ପାଇଁ ଏବେ ଅନ୍ୟ ରାଷ୍ଟ୍ର ଉପରେ ନିର୍ଭର କଲାଣି ଭାରତ । ଆଗାମୀ ଦିନରେ ସରକାରୀ କମ୍ପାନୀ କୋଲ୍ ଇଣ୍ଡିଆ ଜରିଆରେ ବିଭିନ୍ନ ଦେଶରୁ କୋଇଲା ମଗାଇବା ଲାଗି ଉଦ୍ୟମ ଅରମ୍ଭ କରିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ ଋଷ,…

ଭାରତ ଗହମକୁ ଖରାପ କହି ଫେରାଇ ଦେଲା ତୁର୍କୀ । ଦେଶ ଖୋଜୁଛି ଅନ୍ୟ ବ୍ୟବସ୍ଥା

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ ଯୁଦ୍ଧ କାରଣରୁ ଉପୁଜୁଥିବା ଗହମ ସଙ୍କଟ ମଧ୍ୟରେ ଭାରତକୁ ତୁର୍କୀ ଗହମ ଫେରାଇ ଦେଇଛି । ତୁର୍କୀ କହିଛି ଯେ, ଭାରତରେ ଗହମରୁ ରୁବେଲା ଭାଇରସ୍ ମିଳିଛି । ଭାରତର ଗହମରେ ଫାଇଟୋସେନିଟାରୀ ସମସ୍ୟା ରହିଛି । ଏହାପରେ ଗତ ୨୯ ତାରିଖରେ ଭାରତରୁ ଯାଇଥିବା ଗହମ ଫେରାଇ…