ପୁଣି ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ: ଜୁଲାଇ ୧୨ ଯାଏଁ ବଢ଼ିଲା ବିଚାର ବିଭାଗୀୟ ହାଜତ ମିଆଦୀ

70

କନକ ବ୍ୟୁରୋ: ପୁଣି ଥରେ ନିରାଶ ହେଲେ ଅରବିନ୍ଦ କେଜ୍ରିୱାଲ। ୧୨ ତାରିଖ ଯାଏଁ ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଚାର ବିଭାଗୀୟ ହାଜତ ମିଆଦୀ। ଦିଲ୍ଲୀ କୋର୍ଟ ଏନେଇ ବୁଧବାର ଶୁଣାଣି କରିଛନ୍ତି। ଅର୍ଥ ଠକେଇ ଘଟଣାରେ ପ୍ରବର୍ତନ ନିର୍ଦ୍ଦେଶାଳୟ ତଦନ୍ତ କରୁଛି। କେଜ୍ରିୱାଲଙ୍କ ସହ ବିନୋଦ ଚୌହ୍ବାନଙ୍କ ବିଚାର ବିଭାଗୀୟ ହାଜତକୁ ମଧ୍ୟ ଜୁଲାଇ ୧୨ ଯାଏଁ ବଢ଼ାଇ ଦିଆଯାଇଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏବେ ଉଭୟ ସିବିଆଇ ଓ ଇଡି ତଦନ୍ତ କରୁଛନ୍ତି। ଏହି ମାମଲାରେ କେଜ୍ରିୱାଲଙ୍କ ସମେତ ଦିଲ୍ଲୀ ସରକାରର ବରିଷ୍ଠ ମନ୍ତ୍ରୀ ଓ ଆପ୍ ନେତା ଜେଲରେ ଅଛନ୍ତି। ମାର୍ଚ୍ଚ ୨୧ରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଏହାପରେ ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା। ଗତମାସରେ କେଜ୍ରିୱାଲଙ୍କୁ ସିବିଆଇ ମଧ୍ୟ ଗିରଫ କରିଥିଲା।