ଧରାପଡ଼ିଲେ ଅନଲାଇନ୍ ଠକ ଗ୍ୟାଙ୍ଗ: ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଠାରୁ ଲୁଟିଥିଲେ ୧୫ ଲକ୍ଷ ୫୬ ହଜାର ଟଙ୍କା

199

କନକ ବ୍ୟୁରୋ: ରାଉରକେଲା ସାଇବର ପୋଲିସ ହାତରେ ଧରାପଡ଼ିଲେ ଆନ୍ତଃରାଜ୍ୟ ଅନଲାଇନ୍ ଠକ ଗ୍ୟାଙ୍ଗ । ଏହି ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡର ମହମ୍ମଦ ଆରିଫ ଆନସାରୀ, ମହମ୍ମଦ ରଜଉଲ ଓ ଜାମସେଦ ଆନସାରୀ । ଏହି ଠକ ଗ୍ୟାଙ୍ଗ ଜଣେ ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କ ଆକାଉଂଟରୁ ଅନଲାଇନ ଯୋଗେ ୧୫ ଲକ୍ଷ ୫୬ ହଜାର ଲୁଟିନେଇଥିଲେ । କୁତ୍ରା ଥାନା ଅନ୍ତର୍ଗତ ବିରଙ୍ଗଟୋଲି ବାସିନ୍ଦା ତଥା ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ନଳିନ୍ଦ୍ର ଟୋପ୍ପୋ ଏନେଇ ରାଉରକେଲା ସାଇବର ଥାନାରେ ଅଭିଯୋଗ କରିବା ପରେ ସ୍ୱତନ୍ତ୍ର ପୁଲିସ ଟିମ୍ ମାମଲାରେ ତଦନ୍ତ ଜାରି ରଖିଥିଲା । ଶେଷରେ ଏହି ଠକ ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ସେମାନଙ୍କ ନିକଟରୁ ମୋବାଇଲ ଫୋନ, ଆଧାରକାର୍ଡ଼, ପାନକାର୍ଡ଼, ସିମ୍ ଓ ୫ହଜାର ନଗଦ ଟଙ୍କା ଜବତ ହୋଇଛି ।