ରାସ୍ତା ମଝିରେ ଯୁବକଙ୍କ ଉନ୍ମତ କାଣ୍ଡ । ଚାଲାଣ କଟିବାରୁ ରାଗିଗଲେ, ନିଜ ବାଇକକୁ ଭାଙ୍ଗିଦେଲେ ।

12,642

କନକ ବ୍ୟୁରୋ : ମଝି ରାସ୍ତାରେ ଯୁବକଙ୍କ ହାଇଭୋଲଟେଜ୍ ଡ୍ରାମା । ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ଚାଲାଣ କଟାଯିବାର ଅନେକ ରୋଚକ ଖବର ସାମ୍ନାକୁ ଆସିଛି । କିନ୍ତୁ ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଯାହା ଦେଖିଲେ ହୁଏତ ଆପଣ ବି ଚକିତ ହୋଇଯିବେ । ଦେଖନ୍ତୁ କଣ ଥିଲା ପୂରା ଘଟଣା ।

ରାସ୍ତାରେ ଟ୍ରାଫିକ ଚେକିଂ ଚାଲିଥିବା ବେଳେ ଜଣେ ଯୁବକ ବିନା ହେଲମେଟରେ ଯାତ୍ରା କରୁଥିବାରୁ ଧରାପଡିଥିଲେ । ଆଉ ଏହା ପରେ ତାଙ୍କର ଚାଲାଣ କଟାଯାଇଥିଲା । ଚାଲାଣ କଟିବା ପରେ ଯୁବକ ଜଣଙ୍କ ଏମିତି କିଛି କାର୍ଯ୍ୟ କରିଥିଲେ, ଯାହା ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ଘଟଣାଟି ହେଉଛି ମେରଠ ଅଞ୍ଚଳର । ଚାଲାଣ କଟିବା ପରେ ଯୁବକ ଜଣଙ୍କ ରାଗିଯାଇଥିଲେ ଏବଂ ସବୁ ତକ ରାଗ ନିଜ ବାଇକ୍ ଉପରେ ହିଁ ସୁଝାଇ ଦେଇଥିଲେ । ଗାଡିକୁ ବାରମ୍ବାର ତଳେ କଚାଡିବା ସହ ବାଇକ୍ ଉପରେ ବସି କାନ୍ଦୁଥିବାର ମଧ୍ୟ ନଜର ଆସିଥିଲେ । ତେବେ ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବା ସହ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପାଲଟିଛି ।