ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି । ସନ୍ଦିଗ୍ଧ ବ୍ୟକ୍ତି ଗିରଫ

242

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ତାଙ୍କ ପାଖାପାଖି ଜଣେ ବ୍ୟକ୍ତି ସନ୍ଦିଗ୍ଧ ପରିସ୍ଥିତିରେ ବୁଲୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି ।

ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ମୁମ୍ବାଇ ଗସ୍ତରେ ଥିବାବେଳେ ତାଙ୍କ ସୁରକ୍ଷାରେ ତ୍ରୁଟି ଦେଖାଯାଇଥିଲା । କାରଣ ଜଣେ ବ୍ୟକ୍ତି ନିଜକୁ ଆନ୍ଧ୍ରପ୍ରଦେଶର ଜଣେ ସାଂସଦଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ବୋଲି ପରିଚୟ ଦେଇ ସୁରକ୍ଷା ବଳୟ ଭିତରକୁ ପ୍ରବେଶ କରିଥିଲା । ଅନେକ ସମୟ ଧରି ତାଙ୍କ ପାଖାପାଖି ବୁଲୁଥିବା ଦେଖାଯାଇଥିଲା । ତାଙ୍କୁ କେହି ଚିହ୍ନିନଥିବାବେଳେ ତାଙ୍କର ଏପରି ବୁଲିବାକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ତାଙ୍କୁ ଗିରଫ କରାଯାଇଥିଲା । ଏଯାଏଁ ବ୍ୟକ୍ତିଙ୍କ ପରିଚୟ ନେଇ କିଛି ସଠିକ୍ ସୂଚନା ମିଳିପାରିନାହିଁ ।