ଖଣ୍ଡଗିରି ଶିଖରରେ ଅଲୌକିକ ଆକାଶ ଗଙ୍ଗା ! ବର୍ଷ ସାରା ଶୁଖେନାହିଁ ଜଳ, ବୁଡ ଦେବା ପାଇଁ ଦେଶର କୋଣ ଅନୁକୋଣରୁ ଛୁଟି ଆସନ୍ତି ସାଧୁ-ସନ୍ନ୍ୟାସୀ

101

କନକ ବ୍ୟୁରୋ : ମାଘ ସପ୍ତମୀରୁ ଖଣ୍ଡଗିରିରେ ଆରମ୍ଭ ହୋଇଛି ମାଘମେଳା । ତେବେ ଖଣ୍ଡଗିରି ମେଳାକୁ ନେଇ କିଛି ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଖଣ୍ଡଗିରିରେ ରହିଛି ଅଲୌକିକ ଆକାଶ ଗଙ୍ଗା । ଯେଉଁଥିରେ ସ୍ନାନ କଲେ ପାପ କ୍ଷୟ ହୁଏ ବୋଲି ଲୋକ କଥା ରହିଛି । ଗଂଗାରେ ସ୍ନାନ କରିବା ଯାହା ଏହି ଆକାଶ ଗଂଗାରେ ସ୍ନାନ କରିବା ଦ୍ୱାରା ସେତିକି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଖଣ୍ଡଗିରିର ଶୀର୍ଷରେ ରହିଛି ଏହି ଆକାଶ ଗଂଗା ।

କୁହାଯାଏ ବର୍ଷ ସାରା ଏହାର ଜଳ କେବେ ଶୁଖେନାହିଁ । ଏହି ପାଣିର ଗଭୀରତା କେତେ ତାକୁ କେହିକେବେ ମାପି ନାହାନ୍ତି । ଏହି ପୁଷ୍କରିଣି ଭିତରେ ରହିଛି ଏକ ସୁଡଙ୍ଗ ଯାହା ଧଉଳି ଗିରି ଯାଏଁ ରହିଛି ବୋଲି ବିଶ୍ୱାସ କରାଯାଏ । ଏହି ଆକାଶ ଗଙ୍ଗାରେ ଡୁବ ଦେବା ପରେ ହିଁ ଯଜ୍ଞ ଆଦି ପକ୍ରିୟା ଆରମ୍ଭ ହୋଇଥାଏ ବୋଲି ସାଧୁ ମାନେ କୁହନ୍ତି । ଚଳିତବର୍ଷ ଆକାଶ ଗଙ୍ଗାରେ ସ୍ନାନ କରିବା ପାଇଁ ଦେଶର କୋଣ ଅନୁକୋଣରୁ ସାଧୁ ସନ୍ନ୍ୟାସୀଙ୍କ ସୁଅ ଛୁଟିଛି ।