ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିରୋଧ ପରେ ରାଜ୍ୟ ରାଜନୀତିରେ ବୟାନବାଜି । କଂଗ୍ରେସ କହିଲା, ନିଜ ସୀମା ଭିତରେ ରୁହନ୍ତୁ ସଚିବ । କଳା ପଟି ବାନ୍ଧି ବିଜେପିର ବିରୋଧ ପ୍ରଦର୍ଶନ

201

କନକ ବ୍ୟୁରୋ : ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହ ଗତକାଲି ଯାହା ଘଟିଲା ତାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଦୁଇ ଭାଗ ହୋଇ ଯାଇଛନ୍ତି । ଗୋଟିଏ ପଟେ ନିର୍ବାଚିତ ଜନପ୍ରତିନିଧି ଗୋପାଳପୁର ବିଧାୟକଙ୍କ ସମର୍ଥନରେ ବିରୋଧୀ କଂଗ୍ରେସ ଓ ବିଜେପି ବାହାରିଥିବାବେଳେ, ଅନ୍ୟପଟେ ସଚିବଙ୍କ ସମର୍ଥନରେ ବାହାରିଛି ବିଜେଡି ।

କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି, ଗତକାଲିର ଘଟଣାକୁ ନିନ୍ଦା କରିଛି । ରାଜ୍ୟରେ ଜଙ୍ଗଲ ଶାସନ ଚାଲିଥିବା ଅଭିଯୋଗ କରିଛି । ରାଜ୍ୟରେ ବାବୁ ଶାସନ ଚଳିବ ନାହିଁ ବୋଲି ଚେତାବନୀ ଦେଇଛି । ସଭାକୁ ଛାତ୍ରଛାତ୍ରୀଙ୍କୁ ଡକା ଯିବାକୁ ନେଇ ପ୍ରଶ୍ନ ଉଠାଇଛି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉପରେ ଅଣ୍ଡାମାଡ ହେଲେ ୩୦୭ ଦଫା ଲାଗୁ । କିନ୍ତୁ ଜଣେ ବିଧାୟକଙ୍କୁ ଆକ୍ରମଣ ସାଙ୍ଗକୁ ଅଣ୍ଡାମାଡ ହେଲେ ତାହା କଣ ୩୦୭ରେ ଯାଉନି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏଥିସହ ସଚିବଙ୍କୁ ଲକ୍ଷ୍ମଣ ରେଖା ଭିତରେ ରହି କାମ କରିବାକୁ ଚେତାବନୀ ଦେଇଛି । ନଚେତ ରାଜରାସ୍ତାରେ ଲଢ଼େଇ କରିବାକୁ, ଏପରିକି ସଚିବ ଯୁଆଡେ ଯିବେ ସିଆଡେ ଅଣ୍ଡାମାଡ କରିବାକୁ ଧମକ ଦେଇଛି ପିସିସି ।